କନକ ବ୍ୟୁରୋ: ଢେଙ୍କାନାଳ ଜଗନ୍ନାଥପୁରର ଦିବ୍ୟାଙ୍ଗ ମହିଳା ମମିତା ମଲ୍ଲିକ । ଆଖିକୁ ଭଲ ଦିଶୁନାହିଁ । ଦୁଇ ପୁଅଙ୍କର ମଧ୍ୟ ସମାନ ଅବସ୍ଥା । ଅନ୍ୟର ସାହାରାରେ ଏମାନେ ବାଟଚାଲନ୍ତି । କିଛି ବର୍ଷ ତଳେ ସ୍ୱାମୀ ଘରୁ କେଉଁଆଡ଼େ ଚାଲିଯିବା ପରେ ଦୁଇ ପୁଅଙ୍କୁ ନେଇ ରହୁଛନ୍ତି ମମିତା । ସରକାରୀ ସହାୟତା କହିଲେ ମମିତା ଓ ବଡ଼ ପୁଅକୁ ମିଳୁଛି ଭତ୍ତା ଆଉ ଚାଉଳ । ସାନ ପୁଅ ସରକାରୀ ସହାୟତାରୁ ବଞ୍ଚିତ । ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘରଟିଏ ନଥିବାରୁ ଆଜି ବି ଚାଳ ଛପର ଘରେ ଜୀବନ ବିତାଉଛନ୍ତି ପରିବାର । ବର୍ଷା ଓ ବାତ୍ୟା ହେଲେ ପର ଘରେ ମୁଣ୍ଡ ଗୁଞ୍ଜିବାକୁ ପଡୁଛି । ତେଣୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ମମିତା ।

Advertisment

ସ୍ୱାମୀ ଚାଲିଯିବା ପରେ ବଡ଼ କଷ୍ଟରେ ଚଳୁଛି ମମିତାଙ୍କ ପରିବାର । ବଡ଼ ପୁଅ ଆଖିକୁ ଭଲ ଦିଶୁନଥିବାରୁ ସେ ମଧ୍ୟ କାମ ଧନ୍ଦା କରିପାରୁନାହିଁ । ତେଣୁ କେମିତି ଚଳିବ ତାଙ୍କ ପରିବାର । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ମମିତା । ସରକାରଙ୍କ ପକ୍ଷରୁ ଦୁଇ ପୁଅଙ୍କ ଚିକିତ୍ସା ପାଇଁ ସହାୟତା ମିଳିଲେ ଏମାନେ ଉପକୃତ ହୋଇପାରନ୍ତେ ।