ମାଟ୍ରିକରେ ୭୫ ପ୍ରତିଶତ ନମ୍ବର ରଖିଛନ୍ତି ଦିବ୍ୟାଙ୍ଗ ଛାତ୍ର, ଆଗକୁ ପଢିବାକୁ ଭାରି ଇଛା ହେଲେ ଅର୍ଥ ସାଜିଛି ବାଧକ

156

 

କନକବ୍ୟୁରୋ: ସେ ଜଣେ ଦିବ୍ୟାଙ୍ଗ । କଥା କହିପାରନ୍ତିନି କି ଶୁଣିପାରନ୍ତି ନାହିଁ । ତଥାପି ଚଳିତ ମାଟ୍ରିକ୍ ପରୀକ୍ଷାରେ ୭୩% ମାର୍କ ରଖି ଉଦାହରଣ ସାଜିଛନ୍ତି । ଉଚ୍ଚ ଶିକ୍ଷିତ ପାଇଁ ଇଛା ଥିଲେ ମଧ୍ୟ ଅର୍ଥ ସାଜିଛି ବାଧକ । ସହଯୋଗ ଲୋଡିଛନ୍ତି ଦିବ୍ୟାଙ୍ଗ ଛାତ୍ର । ଶିବମଙ୍କ ଦୃଢ ମନୋବଳ ଓ ଇଛାଶକ୍ତି ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା ଓ ଅର୍ଥାଭାବ । କହିପାରୁନଥିବା କି ଶୁଣି ପାରୁନଥିବା ଦିବ୍ୟାଙ୍ଗ ଛାତ୍ର ଏଥର ମାଟ୍ରିକ ପରିକ୍ଷାରେ ୭୩ ପ୍ରତିଶତ ମାର୍କ ରଖି ଉତିର୍ଣ୍ଣ ହୋଇଛନ୍ତି । ଆଗକୁ କଲେଜରେ ପଢିବା ପାଇଁ ଇଚ୍ଛା ରଖିଛନ୍ତି, ହେଲେ ତାଙ୍କୁ ପାଠ ପଢାଇବାକୁ ସକ୍ଷମ ନୁହଁନ୍ତି ବିଧବା ମାଆ । ବାପାଙ୍କ ମୃତ୍ୟୁ ପରେ ମାଆ ଆରତି ତିୱାରୀ ଲୁଗା ଦୋକାନରୁ ଯାହା ରୋଜଗାର କରନ୍ତି ସେଥିରେ ଦୋକାନ ଓ ଘର ଭଡା ଦେଇ ପରିବାର ଚଳାଇବା କଷ୍ଟକର । ସେଥିରେ ପୁଣି ବଡ ପୁଅ ଡିପ୍ଲୋମା ପଡୁଥିବା ବେଳେ ଏବେ ସାନ ପୁଅର କଲେଜରେ ନାମ ଲେଖାଇବା କଷ୍ଟକର ବୋଲି କହିଛନ୍ତି ଶିଭମ ।

ଆର୍ଥିକ ଅବସ୍ଥା ଭଲ ନଥିବାରୁ ଦିବ୍ୟାଙ୍ଗ ପୁଅର ପାଠପଢା ପାଇଁ ନିବେଦନ କରିଛନ୍ତି ଜଣେ ମାଆ । ବିଦ୍ୟାଳୟରେ ପାଠ ପଡୁଥିବା ବେଳେ ଶିବମ୍ ଶିକ୍ଷକଙ୍କ ପାଟି ବା ଲିପ୍ସ ଉପରେ ଧ୍ୟାନ ଦେଇଥାନ୍ତି । ଶିକ୍ଷକଙ୍କ ଲିପ୍ସର ବ୍ୟବହାରକୁ ଦେଖି ଶିଭମ୍ ଅନୁମାନ କରନ୍ତି ଯେ ଶିକ୍ଷକ କ’ଣ ପଡାଉଛନ୍ତି । ଯେଉଁଠି ତାଙ୍କର କୌଣସି ପ୍ରଶ୍ନ ବା ସନ୍ଦେହ ଥାଏ ସେତେବେଳେ ସେ ନିଜ ପାଖରେ ବସିଥିବା ସାଙ୍ଗକୁ ଠାର ଯୋଗେ ପଚାରନ୍ତି, ଏହାପରେ ସାଙ୍ଗ ଶିକ୍ଷକଙ୍କୁ ପଚାରି ବୁଝି ଠାର ଯୋଗେ ଶିଭମଙ୍କୁ ବୁଝାଇଥାନ୍ତି ବୋଲି ଶିବମଙ୍କ ସାଙ୍ଗ କହିଛନ୍ତି ।

ରାୟଗଡା ବ୍ଲକ ଆମଲାଭଟା ଗ୍ରାମରେ ରହନ୍ତି ଶିବମଙ୍କ ପରିବାର । ବାପା ବବୁଲୁ ତିଓାରୀ ଜେକେପୁରରେ ଏକ ଲୁଗା ଦୋକାନ କରି ପରିବାର ଚଳାଉଥିଲେ । ହେଲେ ୨ ବର୍ଷ ତଳେ ପାରାଲିସସ୍ରେ ତାଙ୍କର ମୃତ୍ୟୁ ପରେ ପରିବାରର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି । ପରିବାରକୁ ସରକାରି ସହାୟତା କହିଲେ ମାସକୁ ୧୫ କେଜି ଚାଉଳ ସହ ପୁଅର ଦିବ୍ୟାଙ୍ଗ ଭତା ବାବଦକୁ ୧୨୦୦ ଟଙ୍କା ଓ ମାଆଙ୍କ ବିଧବା ଭତା ବାବଦକୁ ମାସକୁ ୧୦୦୦ ଟଙ୍କା ମିଳୁଛି । ସେତିକିରେ କଷ୍ଟମଷ୍ଟେ ଗଣ୍ଡାଏ ଖାଇ ବଂଚିବାକୁ ସଂଘର୍ଷ କରୁଥିବା ବେଳେ ପିଲାଙ୍କ ଉଚ୍ଚଶିକ୍ଷାକୁ ନେଇ ଚିନ୍ତାରେ ପଡିଛନ୍ତି ମାଆ ଆରତୀ ।