କନକ ବ୍ୟୁରୋ: ମା’, ତା ଛୁଆ ପାଇଁ କଣ କରିପାରେ, କେଉଁ ସ୍ତରକୁ ଯାଇପାରେ, କେତେ କଷ୍ଟ ସହିପାରେ, ତାହା ଆପଣ ସମସ୍ତେ ଜାଣିଛନ୍ତି । ମା’ଙ୍କ ମନର ଏମିତି ଶକ୍ତି ଓ ନିଜ ସାହାସକୁ ଆଶ୍ରା କରି ଆଗକୁ ବଢୁଛନ୍ତି ଜଣେ ମେଧାବୀ ଛାତ୍ରୀ ।

Advertisment

କେନ୍ଦ୍ରାପଡା ମହାକାଳପଡା ବ୍ଲକ ରାମଚନ୍ଦ୍ରପୁର ଗାଁର ଅଶୋକ ଖଟୁଆଙ୍କ ସ୍ତ୍ରୀ ପ୍ରମିଳା ଖଟୁଆ ଓ ତାଙ୍କ ଦିବ୍ୟାଙ୍ଗ ଝିଅ ମିତାଲି ଖଟୁଆ । । ମେଧାବୀ ଛାତ୍ରୀ ମିତାଲି ଦଶମରେ ପଢୁଥିବା ବେଳେ ବ୍ରେନ୍ ଷ୍ଟ୍ରୋକ ହେବାରୁ ଏବେ ପକ୍ଷାଘାତରେ ପିଡୀତ । ବାମ ପଟ ଅଙ୍ଗ ଅଚଳ ହୋଇଯାଇଛି, ତଥାପି ଉଚ୍ଚଶିକ୍ଷାକୁ ନେଇ ସେ ଦେଖିଥିବା ସ୍ୱପ୍ନ ମଉଳି ଯାଇନାହିଁ । ରୋଗ ଆଗରେ ଝିଅକୁ ହାରିବାକୁ ଦେଇନାହାନ୍ତି ମିତାଲିଙ୍କ ବାପା-ମାଆ ।

ଘର ଠାରୁ ୫ କିଲୋମିଟର ଦୂର ନିଗମାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପଢୁଛନ୍ତି ମିତାଲି । କଲେଜ ପାଠପଢା ଆରମ୍ଭ ଦିନରୁ ଅଳ୍ପ କିଛି ଦିନରୁ ପଡୋଶୀଙ୍କ ବାଇକ୍ ଯୋଗେ କଲେଜ ଯାଉଥିଲେ । ହେଲେ ତା ସବୁ ଦିନ ସମ୍ଭବ ନୁହେଁ । ତେଣୁ ଝିଅକୁ ଟ୍ରାଇ ସାଇକେଲରେ ବସାଇ ଠେଲି ଠେଲି କଲେଜ ନେଉଛନ୍ତି ବାପାମା’ । ଏବେ ବାପା ଚାଷ କାମ କରୁଥିବାରୁ ମାଆ ଝିଅକୁ ନେବା ଆଣିବା କରୁଛନ୍ତି ।

କଲେଜ ଯିବା ଆସିବାରେ ଅସୁବିଧା ହେଉଥିବାରୁ ଏକ ଯନ୍ତ୍ର ଚାଳିତ ଟ୍ରାଇସାଇକେଲରର ବ୍ୟବସ୍ଥା କରିବା ସହ ପାଠପଢା ଓ ଚିକିତ୍ସା ପାଇଁ ସହାୟତା ଲୋଡିଛନ୍ତି ମେଧାବୀ ଛାତ୍ରୀ ମିତାଲି ।

ମିତାଲି ଖଟୁଆ
ବାପା- ଅଶୋକ ଖଟୁଆ
ବ୍ୟାଙ୍କ ଆକାଉଂଟ ନମ୍ବର-୩୭୦୮୧୫୮୩୪୬୦
ଆଇଏଫସି କୋଡ-ଏସବିଆଇଏନ୍୦୦୦୯୮୨୮
SBI AC NO – 37081583460
IFSC CODE – SBIN0009828