ଏଣିକି ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସହଜ ହେବ ଶ୍ରୀମନ୍ଦିର ପ୍ରବେଶ । କାଠ ସବାରିରେ ଯାଇଁ ମହାପ୍ରଭୁଙ୍କ ଦର୍ଶନ କରିବେ ଦିବ୍ୟାଙ୍ଗ ଭକ୍ତ

188

କନକ ବ୍ୟୁରୋ: ଏଣିକି ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସହଜ ହେବ ଶ୍ରୀମନ୍ଦିର ପ୍ରବେଶ । ଆଉ ହ୍ୱିଲ୍ ଚେୟାର ନୁହେଁ କାଠ ସବାରୀରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଦିବ୍ୟାଙ୍ଗ ଭକ୍ତ । ଅନଲାଇନ୍ ପଞ୍ଜିକରଣ ପରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯିବ । ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ କାଠରେ ପ୍ରସ୍ତୁତ ସବାରୀ ଯୋଗାଇ ଦିଆଯିବ । ଚାଲି ପାରୁନଥିବା ଦିବ୍ୟାଙ୍ଗମାନେ ସବାରୀରେ ଯାଇ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଏଥିପାଇଁ ସ୍ୱତନ୍ତ୍ର ସ୍ୱେଚ୍ଛାସେବୀ ନିୟୋଜିତ ହେବେ । ସେମାନେ ଶ୍ରଦ୍ଧାଳୁଙ୍କୁ ସେବା ଯୋଗାଇ ଦେବେ । ଏନେଇ ଆଜି ପରିଚାଳନା କମିଟି ବୈଠକରେ ଆଲୋଚାନ କରାଯିବ ।