ରାଉରକେଲାରେ ମୁଣ୍ଡ ନେଲା ଡାଇରିଆ । ଝାଡାବାନ୍ତିରେ ଦୁଇ ଦିନରେ ଗଲାଣି ୪ ଜଣଙ୍କ ଜୀବନ, ଶତାଧିକ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ।

56

କନକ ବ୍ୟୁରୋ: ରାଉରକେଲାରେ ବ୍ୟାପିଛି ଝାଡାବାନ୍ତି । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛିବାବେଳେ ଶହେରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛି । ପାନପୋଷ ଓ ବସ୍ତି ଅଂଚଳର ଅଧିକ ଲୋକେ ଡାକ୍ତରଖାନାକୁ ଆସୁଛନ୍ତି । ତେବେ କେଉଁ କାରଣରୁ ହଠାତ୍ ଏଭଳି ଝାଡାବାନ୍ତି ବ୍ୟାପିଲା ତାର କାରଣ ଜଣାପଡିନାହିଁ । ଦୂଷିତ ପାଣି ଏହାର କାରଣ ବୋଲି କୁହାଯାଉଛି । ଏହାପରେ ରାଜ୍ୟ ସରକାର ସତର୍କ ହୋଇଯାଇଛନ୍ତି ।