କନକ ବ୍ୟୁରୋ : ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅମଲିପାଲି ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି। ଏଥିରେ ଆକ୍ରାନ୍ତ ହୋଇ ଗାଁର ଜଗନ୍ନାଥ ଦେହେରି ଓ ତାଙ୍କ ସ୍ତ୍ରୀ କଳାବତୀ ଦେହେରିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ପୁଅ ଓ ଝିଅ ବି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହାସହ ଗାଁର ଏବେବି ୨୦ଜଣ ଆକ୍ରାନ୍ତ ହୋଇଛନ୍ତି। ତିନି ଦିନ ପୂର୍ବରୁ ଗାଁର ଜଗନ୍ନାଥ ଦେହେରୀ ଛାଡାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବାବେଳେ ଆଜି ତାଙ୍କ ପତ୍ନୀ କଳାବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଝାଡାବାନ୍ତି ବ୍ୟାପୁଥିବା ଯୋଗୁଁ ଗାଁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ଆକ୍ରାନ୍ତ ଗାଁକୁ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଗସ୍ତ କରି ଆକ୍ରାନ୍ତଙ୍କୁ ଭେଟିଛନ୍ତି। ସେପଟେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତିନି ଦିନ ତଳେ ଏକ ଟିମ୍ ଗାଁରେ ପହଞ୍ଚି ପୋଖରୀ ଓ ନଳକୂପ ପାଣି ଯାଞ୍ଚ ପାଇଁ ଲ୍ୟାବକୁ ପଠାଇଛନ୍ତି। ସେହିପରି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ସଠିକ୍ ଭାବେ ଚିକିତ୍ସା ଯୋଗାଇ ଦିଆଯାଉ ନଥିବା ଅଭିଯୋଗ ହୋଇଛି। ସରକାରୀ ଡାକ୍ତରଖାନାରେ ସଠିକ୍ ଚିକିତ୍ସା ମିଳୁନଥିବାରୁ ବାଧ୍ୟହୋଇ ଘରୋଇ ଡାକ୍ତରଖାନାକୁ ଯାଉଛନ୍ତି ରୋଗୀ। ଏହି କଥାକୁ ନେଇ ମଧ୍ୟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି।

Advertisment