କନକ ବ୍ୟୁରୋ: କୋରାପୁଟ ସେମିଲିଗୁଡ଼ା ସୁବାଇ ଗାଁରେ ବ୍ୟାପିଛି ଝାଡ଼ାବାନ୍ତି । ଗାଁର ୩୬ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ମେଡିକାଲରେ ଚିକିତ୍ସିତ ହୋଇ ଏବେ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଛି । କେଉଁ କାରଣରୁ ଝାଡ଼ାବାନ୍ତି ବ୍ୟାପିଲା ତାର କାରଣ ଖୋଜୁଛି ସ୍ୱାସ୍ଥ୍ୟ ବିଭାଗର ଏହି ଟିମ୍ । ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଗାଁରେ ବ୍ଲିଚିଂ ପାଉଡ଼ର ପକାଇବା ସହିତ ଗାଁକୁ ସଫା ସୁତୁରା କରାଯାଇଛି ।
କୋରାପୁଟ ସେମିଲିଗୁଡାରେ ଝାଡାବାନ୍ତି ଆତଙ୍କ । କାରଣ ଖୋଜିବାକୁ ଗାଁରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ।
/kanak/media/post_attachments/wp-content/uploads/2024/06/Screen-Shot-2024-06-11-at-10.25.53-AM.png)