କନକ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ବ୍ୟାପୁଛି ଡାଇରିଆ । ୪ଦିନରେ ଡାକ୍ତରଖାନାରେ ଭର୍ତି ହେଲେଣି ୬୯ ଜଣ ଆକ୍ରାନ୍ତ । ଝାଡ଼ାବାନ୍ତି ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଚିନ୍ତାରେ ପଡିଛନ୍ତି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ । କଣ୍ଟାବାଞ୍ଜି ବ୍ଲକ ଅନ୍ତର୍ଗତ ବେଳପଡା, ତୁରେକେଲା, ସଲଣ୍ଡି, କୁଇବାହାଲ ଭଳି ଗାଁ ଅଂଚଳରୁ ୩୭ ଜଣ ଡ଼ାଇରିଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଇଛି ।

Advertisment

କଣ୍ଟାବାଞ୍ଜି ସହରରୁ ଦିନକୁ ପ୍ରାୟ ୧୫ଜଣ ରୋଗୀ ଭର୍ତି ହେଉଛନ୍ତି । ଡାକ୍ତରଖାନାରେ ଏବେ ପୁରୁଷ ଓ ମହିଳା ୱାର୍ଡ ମିଶି ୩୦ଟି ବେଡ଼ ରହିଛି । ଅଧିକ ରୋଗୀ ହେବାରୁ ଚିକିତ୍ସା ଯୋଗାଇବାରେ ଅସୁବିଧା ହେଉଥିବା ଦେଖିବାକୁ ମିଳିଛି । ଡାକ୍ତରଖାନାରେ ପର୍ଯ୍ୟାପ୍ତ ମାତ୍ରାରେ ଔଷଧ ଯୋଗାଇ ଦେବା ସହ ଶଜ୍ୟା ସଂଖ୍ୟା ବଢାଇଲେ ଭଲ ହୁଅନ୍ତା ବୋଲି ମେଡିକାଲ ଅଫିସର କହିଛନ୍ତି ।