ଥମୁନି ଝାଡାବାନ୍ତି ଆତଙ୍କ । ବୀରମହାରାଜପୁର କମୀରା ଗାଁରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଦୂଷିତ ପାଣିକୁ ଦାୟୀ କଲେ ଲୋକେ
କନକ ବ୍ୟୁରୋ : ସୁବର୍ଣ୍ଣପୁର ବୀରମହାରାଜପୁର କମୀରା ଗାଁରେ ଝାଡାବାନ୍ତି ଆତଙ୍କ । ଭୟଭୀତ ହୋଇପଡିଛନ୍ତି ଲୋକମାନେ । ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ଝାଡାବାନ୍ତିର କାରଣ ଖୋଜୁଛନ୍ତି ଡାକ୍ତରୀ ଦଳ । ଦୀର୍ଘ ଦେଢ ମାସ ହେଲା ଝାଡାବାନ୍ତି ଲାଗିଥିବା ବେଳେ ଏବେ ସୁଦ୍ଧା କମୀରା ଗାଁରେ ୩୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏବେ ବି ଗାଁରେ ଲୋକେ ଝାଡାବାନ୍ତି ନେଇ ଆତଙ୍କିତ ହୋଇପଡିଥିବା ବେଳେ ସମସ୍ତଙ୍କର ଚାଲିଛି ଚିକିତ୍ସା । ଗାଁରେ ଡାକ୍ତରୀ ଟିମ୍ ପହଂଚି ଅସ୍ଥାୟୀ କ୍ୟାମ୍ପ କରି ଚିକିତ୍ସା କରୁଛନ୍ତି । ତେବେ ଗାଁରେ ପିଇବାପାଣି ଯୋଗୁ ଏହି ଝାଡାବାନ୍ତି ବ୍ୟାପୁଥିବା ଅନୁମାନ କରାଯାଉଛି । କିଛି ଲୋକଙ୍କ ଚିକିତ୍ସା କର।।ଉଥିବା ବେଳେ କିଛି ଜଣ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ଘର ଘର ବୁଲି ବୁଲି ଆଶାକର୍ମୀ ମାନେ ଲୋକଙ୍କୁ ସଚେତନ କରୁଛନ୍ତି । କୂଅ ଓ ପୋଖରୀରେ ବ୍ଲିଚିଂ ପାଉଡର ପକାଯାଉଛି । ଏବେ ସୁଦ୍ଧା ତିନି ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଦୂଷିତ ପାଣି ଯୋଗୁ ଝାଡାବାନ୍ତି ବଢୁଥିବା ବେଳେ ପ୍ରକୃତ କାରଣ ଏବେ ବି ଅସ୍ପଷ୍ଟ ରହିଛି । ଏବେ ସ୍ଥିତି ନିୟନ୍ତ୍ରଣ ଥିବା ବେଳେ ନମୁନା ପରୀକ୍ଷା ପରେ ଜଣାପଡିବ ପ୍ରକୃତ କାରଣ ।