କନକ ବ୍ୟୁରୋ : ତିଗିରିଆ ଥାନା ବିଷ୍ଣୁପୁରରେ ଝାଡାବାନ୍ତି ଆତଙ୍କ । ୧୫ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ ଆଠଗଡ ଓ ତିଗିରିଆ ମେଡିକାଲରେ ଭର୍ତି କରାଯାଇଛି । ଆଠଗଡ ମେଡିକାଲରେ ୬ ଜଣ ଚିକିତ୍ସା ପାଇଁ ଆସିଥିବା ବେଳେ ସେଥିରୁ ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗାଁରେ ଏକ ମେଡିକାଲ ଟିମ୍ ପହଂଚି ଚିକିତ୍ସା ଆରମ୍ଭ କରିଛି । ସେହିଭଳି ପ୍ରଶାସନ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ଟିମ୍ ପହଂଚି ଯାଂଚ୍ ଆରମ୍ଭ କରିଛି । ରୋଗର କାରଣ ଓ ନିରାକରଣ ନେଇ ଲୋକଙ୍କୁ ସଚେତନ କରାଯାଉଛି । ଗାଁରେ ଚିକିତ୍ସା ଆରମ୍ଭ ହେବା ସହ ନମୁନା ସଂଗ୍ରହ କରାଯାଇଛି ।
ତିଗିରିଆ ଥାନା ବିଷ୍ଣୁପୁରରେ ଝାଡାବାନ୍ତି ଆତଙ୍କ । ୧୫ରୁ ଅଧିକ ଆକ୍ରାନ୍ତଙ୍କୁ ମେଡିକାଲରେ ଭର୍ତି, ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର
/kanak/media/post_attachments/wp-content/uploads/2024/01/9-4.jpg)