କନକ ବ୍ୟୁରୋ : ବରଗଡ଼ ଜିଲ୍ଲା ଭେଡେନ ଥାନା ଅମ୍ଲିପାଲି ଗାଁରେ ଝାଡାବାନ୍ତି ଆତଙ୍କ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଏବେ ସୁଦ୍ଧା ୩୮ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ୩୫ ଜଣଙ୍କ ଅବସ୍ଥା ଗୁରତର ହୋଇଥିବା ଜଣାପଡିଛି । ତିନି ଦିନ ପୂର୍ବରୁ ଝାଡ଼ାବାନ୍ତିରେ ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କ ଝିଅ ମଧ୍ୟ ଝାଡ଼ାବାନ୍ତି ରେ ବରଗଡ଼ ସହର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଝାଡ଼ାବାନ୍ତି ବ୍ୟାପୁଥିବା ବେଳେ ଲୋକେ ଏବେ ଭୟଭୀତ ହୋଇପଡିଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତିନି ଦିନତଳେ ଗାଁ ଯାଇ ଗାଁ ପୋଖରୀ ଓ ନଳକୂପ ର ପାଣି ଆଣି ପରୀକ୍ଷା ପାଇଁ ପଠାଯାଥିଲା । ସେତିକିରେ ସରିଯାଇଛି କାମ । ସରକାରୀ ହସ୍ପିଟାଲରେ ଠିକ ଭାବରେ ଚିକିତ୍ସା ହେଉନାହିଁ କି ଡାକ୍ତର କିମ୍ବା ହସ୍ପିଟାଲରେ କର୍ମଚାରୀ ନାହାନ୍ତି । ଯାହାଫଳରେ ଲୋକଙ୍କୁ ସଠିକ୍ ଭାବେ ଚିକିତ୍ସା ମିଳିପାରୁନି । ଏହାକୁ ନେଇ ଗାଁ ରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟ ପଟେ ବରଗଡ ଜିଲ୍ଲା ଅଧିକାରୀ ଙ୍କୁ ଜଣାଇଥିଳେ ବି ପ୍ରଶାସନ ସମ୍ପୁର୍ର୍ଣ ବେଫିକର ଥିବା ଅଭିଯୋଗ କରିଛନ୍ତି ଲୋକେ ।

Advertisment