କନକ ବ୍ୟୁରୋ: ଝାଡାବାନ୍ତି ନେଲା ଜୀବନ। ମାଲକାନଗିରି ମାଥିଲି ସ୍ଥିତ କୋପ୍ରା ଗାଁରୁ ଏପରି ଏକ ଖବର ଆସିଛି। ମାଲକାନଗିରି ଜିଲ୍ଲା ସଦରରେ ନରସିଂହ ସମରଥ ଚିକିତ୍ସିତ ହେଉଥିଲେ। ଏହି ସମୟରେ ନରସିଂହଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମାଥିଲି ଓ ମାଲକାନଗିରି ମୁଖ୍ୟ ହସ୍ପିଟାଲରେ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି ଆକ୍ରାନ୍ତମାନେ । ଶେଷ ରିପୋର୍ଟ ସୁଦ୍ଧା କୋପ୍ରାରେ ଆକ୍ରାନ୍ତ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏକ ଟିମ୍ ଏହା ଉପରେ ନଜର ରଖିଛନ୍ତି ।