କନକ ବ୍ୟୁରୋ : ଛତିଶଗଡ଼ରୁ ଓଡ଼ିଶାକୁ ହୀରା ଚୋରା ଚାଲାଣ ଅଭିଯୋଗରେ ସିନାପାଲିର ଜଣେ ବ୍ୟକ୍ତିଙ୍କୁ ଛତିଶଗଡ଼ ପୁଲିସ୍ ଗିରଫ କରିଛି। ଅଭିଯୁକ୍ତ ଜଣକ ସିନାପାଲି ଥାନା ଗୋଡ଼ଲ ଗ୍ରାମର ନୂତନ ପଟେଲ (୫୫) ବୋଲି ଜଣାଯାଇଛି। ସେ ପୋଇଲିଖଣ୍ଡରୁ ୧୭୧ ଖଣ୍ଡ ହୀରା ଓଡ଼ିଶାକୁ ଆଣୁଥିବା ଜଣାପଡ଼ିଥିଲା। କୌଣସି ସୂତ୍ରରୁ ଖବର ପାଇ ଦେଭୋଗ ଥାନାଧିକାରୀ ତାଙ୍କ ଟିମ୍ ସହ କଇଁଟପଦର ପାଖରେ ଜଗି ରହିଥିଲେ। ଅଭିଯୁକ୍ତ ଜଣକ ବାଇକ୍ (ସିଜି-୦୫-ଡବ୍ଲୁ-୯୪୬୭) ରେ ଆସୁଥିବା ସମୟରେ ତାକୁ ଯାଞ୍ଚ୍ କରାଯାଇଥିଲା।
ତା ନିକଟରୁ ୧୭୧ ଖଣ୍ଡ (୪ଖଣ୍ଡ ବଡ଼ ପିସ୍ ଏବଂ ୧୬୭ ଖଣ୍ଡ ଛୋଟ ପିସ୍) ହୀରା ଜବତ କରାଯାଇଛି। ଏ ନେଇ ଦେଭୋଗ ଥାନାଧିକାରୀ ସୂଚନା ଦେଇଛନ୍ତି। ଏହାର ବଜାର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ। ଦେଭୋଗ ଥାନାରେ ମାମଲା ରୁଜୁ ହୋଇ ୧୩୫/୨୦୨୦ ଧାରା ୩୭୯/୪ (୨୧) ମାଇନିଂ ଆକ୍ଟରେ ଗିରଫ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ବର୍ତ୍ତମାନ ଅଧିକ ତଦନ୍ତ ଚାଲିଛି ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/diamond-480x430.jpg)