କନକ ବ୍ୟୁରୋ :  ଆପଣମାନେ ବହୁତ ଦାନବୀର ଧନୀ ବ୍ୟକ୍ତିଙ୍କୁ ଦେଖିଥିବେ ଏବଂ ସେମାନଙ୍କର ନାମ ମଧ୍ୟ ଯାଣିଥିବେ । କିନ୍ତୁ ଆଜି ଏପରି ଏକ ଦାନବୀର ବ୍ୟକ୍ତି ବିଷୟରେ ଜଣାଇବାକୁ ଯାଉଛୁ  ଯିଏ ଦାନ କରିବା କ୍ଷେତ୍ରରେ ସବୁ ସୀମା ପାର କରିଛନ୍ତି । ପ୍ରତେକ ବର୍ଷ  ଦୀପାବଳୀ ରେ ଏହି କୋଟିପତି ବ୍ୟବସାୟୀ ଜଣଙ୍କ ନିଜର କର୍ମଚାରୀମାନଙ୍କ ପାଇଁ ହେଉକି ଦେଶର ଲୋକମାନଙ୍କ ପାଇଁ  କିଛି ନା କିଛି ଦାମି ଉପହାର ଦେଇ ଚର୍ଚ୍ଚାକୁ ଆସୁଛନ୍ତି । ସବଜୀ ଢୋଲକିଆ ଜଣେ ପ୍ରସିଦ୍ଧ ହୀରା ବ୍ୟବସାୟୀ । ଢୋଲକିଆ ଡାଇମଣ୍ଡସ ନାମରେ ଗୁଜରାଟରେ ତାଙ୍କର ଏକ କମ୍ପାନୀ ରହିଛି । ସେ ଭାରତ ବର୍ଷରେ ଥିବା କୋଟିପତି ମାନଙ୍କ ମଧ୍ୟରୁ  ଜଣେ । ୨୦୨୩ ସୁଦ୍ଧା ତାଙ୍କର ସମ୍ପତ୍ତି ୧.୫ ବିଲିୟନ ଡଲାର ବୋଲି ଜଣାପଡିଥିଲା ।
Advertisment
ଢୋଲକିଆଙ୍କର ଜନ୍ମ ୧୯୫୪ ରେ ସୁରଟରେ ହୋଇଥିଲା ।  ତାଙ୍କର ଶିକ୍ଷା ସେ ପୁରାକରିଥିଲେ ସୁରଟରେ । ଶିକ୍ଷା ପୁରା କରିବାପରେ ସେ ମୁମ୍ବାଇକୁ ଆସି  ବାଣିଜ୍ୟରେ ଡିଗ୍ରୀ ହାସଲ କରିଥିଲେ ଓ ପରେ ୧୯୭୦ ରେ ଢୋଲକିଆ ତାଙ୍କ ବାପାଙ୍କ ହୀରା ବ୍ୟବସାୟରେ ଯୋଗଦେଇଥିଲେ ।  ଏବଂ ବହୁତ ଶିଘ୍ର କମ୍ପାନୀର ମୁଖ୍ୟ ହୋଇଥିଲେ ଓ ହୀରା କମ୍ପାନୀ କୁ ଆଗକୁ ନେଇଯାଇଥିଲେ ।
ଢୋଲକିଆ  ଡାଇମଣ୍ଡସକୁ ବିଶ୍ୱର ସବୁଠାରୁ ବଡ ହୀରା କାଟିବା ଏବଂ ପଲିସିଂ କମ୍ପାନୀରେ ପରିଣତ କରିଛନ୍ତି । ଢୋଲକିଆ କମ୍ପାନୀରେ ସାରା ବିଶ୍ୱରେ ମୋଟ୍ ୧୦,୦୦୦ ରୁ ଅଧିକ କର୍ମଚାରୀ କାମ କରୁଛନ୍ତି । ଢୋଲକିଆ ଜଣେ ଉଦାର ଦାତା ଏବଂ ଅନେକ ଦାତବ୍ୟ ଅନୁଷ୍ଠାନକୁ ଦାନ କରିଛନ୍ତି । ଏବଂ ଆନେକ ଗରିବ ଲୋକମାନଙ୍କୁ ସାହାଯ୍ୟ ମଧ୍ୟ କରନ୍ତି ଅନେକ ସ୍ତରରେ । ୨୦୧୯ରେ ସେ ସୁରାଟରେ ଏକ ଡାକ୍ତରଖାନାକୁ ତାଙ୍କ ବାପାଙ୍କ ନାମରେ ଉଦଘାଟନ କରିଥିଲେ । ସେଥିରୁ ମଧ୍ୟ ସୁରଟ ଲୋକ ସମେତ ଅନେକ ଅଂଚଳର ଲୋକ ଉପକୃତ ହେଉଛନ୍ତି ।
୨୦୧୮ ରେ ହୀରା ବ୍ୟବସାୟୀ ଢୋଲକିଆ ତାଙ୍କ କର୍ମଚାରୀ ମାନଙ୍କୁ ଦିପାବଳୀରେ ୬୦୦ କାର ଉପହାର ଦେଇଥିଲେ । ଏହା କରି ସାରା ଭାରତକୁ ଚକିତ କରିଦେଇଥିଲେ । କାରଣ ଏହା ପୂର୍ବରୁ କେହି ଭାରତୀୟ ବ୍ୟବସାୟୀ ତାଙ୍କ କର୍ମଚାରୀ ମାନଙ୍କୁ ଏଭଳି ଉପହାର ଦେଇ ନଥିଲେ । ଢୋଲକିଆ ପ୍ରଥମ ଭାରତୀୟ ଯିଏ ଏହିଭଳି କରିଦେଖାଇଥିଲେ । ଢୋଲକିଆ ଏହା ମଧ୍ୟ କହିଥିଲେ ସେ ତାଙ୍କ କମ୍ପାନୀର ସଫଳତା ପାଇବାର ପ୍ରମୁଖ ଭୂମିକା କର୍ମଚାରୀ ମାନଙ୍କର ଅଛି । ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କର୍ମଚାରୀମାନଙ୍କୁ ସେ କୃତଜ୍ଞତା ଜଣାଇବା ପାଇଁ ଚାହୁଁଛନ୍ତି ବୋଲି ମଧ୍ୟ କହିଥିଲେ ।
୬୦୦ କାର ଗୁଡିକ ବିଭିନ୍ନ ବ୍ରାଣ୍ଡର ଥିଲା । ଯେମିତି ବେଣ୍ଟଲେ, ମର୍ସିଡିଜ୍ ବେଂଚ୍ ଅଡି ସମେତ ବିଭିନ୍ନ ବ୍ରାଣ୍ଡର ଥିଲା । ଢୋଲକିଆ କହିଛନ୍ତି ଯେ ସେ ତାଙ୍କ କର୍ମଚାରୀଙ୍କ କଠିନ ପରିଶ୍ରମ ଏବଂ ସମର୍ପଣକୁ ପ୍ରଶଂସା କରିବା ପାଇଁ ଚାହୁଁଛନ୍ତି । ସେ ଏହା ମଧ୍ୟ କହିଥିଲେ ଏହି ସବୁ କାର ତାଙ୍କ କର୍ମଚାରୀମାନଙ୍କ ପାଇଁ ସେମାନଙ୍କ ଜୀବନରେ ଆଗକୁ ବଢାଇବାରେ ସାହାଯ୍ୟ କରିବ ।
୨୦୧୮ପୂର୍ବରୁ ସେ ୨୦୧୭ର ରେ ଢୋଲକିଆ ତାଙ୍କ କର୍ମଚାରୀମାନଙ୍କୁ ୧୨୦୦ ଡଟସନ ରେଡି-ଗୋ । ଦୀପାବଳୀ ଅବସରରେ ଉପହାର ଦେଇଥିଲେ । ସେହିପରି ୨୦୧୬ରେ ଦୀପାବଳୀ ଉପହାର ବୋନସ ନାମରେ ୫୧ କୋଟି ଟଙ୍କା ଦିଆଯାଇଥିଲା । ଏବଂ କୋଭିଡ୍ ସମୟରେ କର୍ମଚାରୀ ମାନଙ୍କ ସମେତ ଲୋକମାନଙ୍କ ସାହାଯ୍ୟ ପାଇଁ ୧୦୦ କୋଟି ଟଙ୍କା ଦାନ କରିଥିଲେ ଢୋଲକିଆ । ୨୦୨୦ ରେ ଅନେକ ଅସହାୟଙ୍କୁ ରହିବା,ଖାଇବା ଓ ପିନ୍ଧିବା ପାଇଁ ଲୁଗା,ଖାଦ୍ୟ ଓ ଆଶ୍ରୟ ସ୍ଥଳ ଯୋଗାଇ ଦେଇଥିଲେ ।
ଢୋଲକିଆଙ୍କର ଦାନ ଏବଂ ତାଙ୍କ କର୍ମଚାରୀମାନଙ୍କ ପ୍ରତି ତାଙ୍କ ସମ୍ମାନ ତାଙ୍କୁ ସାରା ଭାରତରେ ଏକ ଲୋକପ୍ରିୟ ବ୍ୟକ୍ତିତ୍ୱର ପରିଚୟ ଦେଇଛି ।  ତାଙ୍କର କର୍ମଚାରୀମାନଙ୍କ ପ୍ରତି ଏଭଳି ଭଲପାଇବା ଦେଖି କର୍ମଚାରୀମାନେ ଚଳିତ ଦିପାବଳୀରେ ଭଲ ଉପହାର ଆଶା କରିଛନ୍ତି । ହେଲେ ଚଳିତବର୍ଷ ଦିପାବଳୀରେ ସେ ତାଙ୍କ କର୍ମଚାରୀଙ୍କୁ କ’ଣ ଉପହାର ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।