କନକ ବ୍ୟୁରୋ: ଭିଜିଲାନ୍ସ ଚଢାଉ ବେଳେ ଆଠଗଡ଼ ବିଡିଓଙ୍କୁ ଘରୁ ମିଳିଲା ପୁଳା ପୁଳା ସୁନା। କେବଳ ସୁନା ନୁହେଁ ବିଡିଓ ପ୍ରଦୀପ ସାହୁଙ୍କ ଘରୁ ମିଳିଛି ହୀରା ହାର। ଏକାଧିକ ସୁନା ହାର ସହ ଗହଣା ଓ ହୀରା ହାର ଜବତ କରିଛି ଭିଜିଲାନ୍ସ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଦୀପ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି। ପ୍ରଦୀପଙ୍କ ପୈତୃକ ଘର ସମେତ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼ ଓ ଆଠଗଡ଼ ସମେତ ଏକକାଳୀନ ୮ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ଟିମ୍। ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଭୁବନେଶ୍ୱର ଗୌତମନଗରସ୍ଥିତ ଶ୍ରୀ ଏନକ୍ଲେଭ୍ ଆପାର୍ଟମେଣ୍ଟ ଦ୍ୱିତୀୟ ମହଲାରେ ଥିବା ଘର, ଖୋର୍ଦ୍ଧା ଭଲିଆବାଡ଼ିରେ ଥିବା ବିଲ୍ଡିଂ, ରାଜସୁନାଖଳାରେ ଥିବା ୩ ମହଲା କୋଠା,ରାଜ ସୁନାଖଳାରେ ଥିବା ପୈତୃକ ଘର, ଖୋର୍ଦ୍ଧା ପିଚୁକୁଳିରେ ଥିବା ସମ୍ପର୍କୀୟଙ୍କ ଘର, ଆଠଗଡ଼ରେ ଥିବା ଅଫିସ ଓ କ୍ୱାର୍ଟସରେ ରେଡ୍ କରାଯାଇଛି। ୨୦୨୩ ମସିହା ଫେବ୍ରୁଆରୀ ୨୩ ତାରିଖରେ ପ୍ରଦୀପ ଆଠଗଡ଼ରେ ବିଡ଼ିଓ ଭାବେ ନିଯୁକ୍ତି ପାଇଥିଲେ। ଏହାର୍ପୂବରୁ ସେ ନରସିଂହପୁରରେ ସେ କାର୍ଯ୍ୟରତ ଥିଲେ।