କନକ ବ୍ୟୁରୋ: ‘ ଆଦି ପୁରୁଷ’ ଫିଲ୍ମକୁ ନେଇ ଦେଶବ୍ୟାପୀ ବିରୋଧ ଦେଖାଦେଇଛି । ଏହା ମଧ୍ୟରେ ନିଜକୁ ଅସୁରକ୍ଷିତ ଭାବି ମୁମ୍ବାଇ ପୁଲିସଠାରୁ ସୁରକ୍ଷା ଲୋଡିଛନ୍ତି ଫିଲ୍ମର ସଂଳାପକାର ମନୋଜ ମୁନ୍ତସିର୍ । ମନୋଜଙ୍କ ଅପିଲ ଉପରେ ବିଚାର କରି ମୁମ୍ବାଇ ପୁଲିସ ଯାହା ପଦକ୍ଷେପ ନେବେ ବୋଲି କୁହାଯାଇଛି ।

Advertisment

ସାଉଥ୍ ସୁପରଷ୍ଟାର ପ୍ରଭାସ, କୃତି ସେନନ୍, ସୈଫ୍ ଅଲ୍ଲି ଖାନ୍ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଜୁନ୍ ୧୬ରେ ରିଲିଜ୍ ହେବା ପରେ ଏହାର ସଂଳାପକୁ ନେଇ ଦର୍ଶକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ବକ୍ସ ଅଫିସରେ ଫିଲ୍ମ ଭଲ ବ୍ୟବସାୟ କରୁଥିଲେ ବି ଏହାର ଥିମ୍ ଓ ଡାଏଲଗକୁ ନେଇ ବିଭିନ୍ନ ମହଲରେ ଆକ୍ରୋଶ ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ନିଜର ସୁରକ୍ଷା ନେଇ ଚିନ୍ତାରେ ପଡିଛନ୍ତି ସଂଳାପକାର ମନୋଜ ମୁନ୍ତସିର । ତେଣୁ ନିଜର ସୁରକ୍ଷା ପାଇଁ ମୁମ୍ବାଇ ପୁଲିସର ସାହାଯ୍ୟ ମାଗିଛନ୍ତି ।