୧୦୪ ହେଲା ଦେୟମୁକ୍ତ ନମ୍ବର । ଏଣିକି ‘୧୦୪’କୁ ଡାଏଲ୍ କରି ପାଇ ପାଇବେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ପରାମର୍ଶ

୧୦୪ ହେଲା ଦେୟମୁକ୍ତ ନମ୍ବର । ଏଣିକି ‘୧୦୪’କୁ ଡାଏଲ୍ କରି ପାଇ ପାଇବେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ପରାମର୍ଶ

କନକ ବ୍ୟୁରୋ: ରାଜ୍ୟ ସରକାର ୧୦୪ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ହେଲ୍ପ ଲାଇନ ନମ୍ବରକୁ ଜନସାଧାରଣଙ୍କ ନିମନ୍ତେ ଦେୟମୁକ୍ତ ଯୋଗାଯୋଗ ନମ୍ବର କରିଛନ୍ତି । ୧୦୪ ନମ୍ବରରେ କଲ କରି ଜନସାଧାରଣ ସରକାରଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଜୋଜନା ବିଷୟରେ ଜାଣିବା ସହ ତାଙ୍କର ସ୍ବାସ୍ଥ୍ୟ ସମ୍ପର୍କୀୟ ସମସ୍ତ ସୂଚନା ଡାକ୍ତର ମାନଙ୍କ ଠାରୁ ପାଇପାରିବେ । ଆଗରୁ ଏହି ନମ୍ବରରୁ କଲ କରି ନିର୍ଦ୍ଧାରିତ ସଂଖ୍ୟାର ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ସମ୍ବଦ୍ଧରେ ତଥ୍ୟ ଦିଆଯାଉଥିଲା । ସ୍ୱାସ୍ଥ୍ୟ ସେବା ସହାୟତାକୁ ଅଧିକରୁ ଅଧିକ ଲୋକାଭିମୂଖୀ କରିବା ସହ ଲୋକଙ୍କୁ ସହେଯାଗ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି ।

publive-image

ପୂର୍ବରୁ ‘୧୦୨’ ଓ ‘୧୦୮’ ଆମ୍ବୁଲାନ୍ସ ସେବାର ପରିଚାଳନା କରାଯାଇଛି । ଏବେଠାରୁ ଏହି ‘୧୦୪’ ହେଲ୍ପଲାଇନ୍ ନମ୍ବରରେ କଲ୍ କରି ଲୋକେ ସିଧାସଳଖ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନ୍ୟ ସୂଚନା ପାଇପାରିବେ। ପ୍ରତିଦିନ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏମବିବିଏସ୍ ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ପାଇ ହେବ।

publive-image

ଏହାବ୍ୟତୀତ ଚିକିତ୍ସା ସମ୍ବନ୍ଧୀୟ ବିଭିନ୍ନ ସୂଚନା ପାଇଁ ଏହି ନମ୍ବରରୁ ୨୪ ଘଣ୍ଟା ସେବା ଯୋଗାଇ ଦିଆଯିବ। ଯେ କୌଣସି ସରକାରୀ ଡାକ୍ତରଖାନା, ରକ୍ତ ଭଣ୍ଡାର, ଔଷଧ ଓ ସ୍ୱାସ୍ଥ୍ୟ ପରୀକ୍ଷା ସମ୍ବନ୍ଧୀୟ ସୂଚନା, ଗୁରୁତର ଅବସ୍ଥାରେ ଥିବା ଗର୍ଭବତୀ ମା’ଙ୍କ ଚିକିତ୍ସା ବ୍ୟବସ୍ଥା ଓ ପରିବାର ନିୟୋଜନ, ଏଡସ, ଖାଦ୍ୟ ଓ ପୋଷଣ, ଆଶୁ ଚିକିତ୍ସା, ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ସେବା ଜନିତ ସୂଚନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ ଏହା ଅନ୍ତର୍ଭୁକ୍ତ ଡାକ୍ତରଖାନା ମାନଙ୍କରେ ମିଳୁଥିବା ସେବା ସମ୍ବନ୍ଧରେ ମଧ୍ୟ ସୂଚନା ପାଇ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe