କନକ ବ୍ୟୁରୋ: ଭୁବନେଶ୍ୱରରେ ବାହାଘର କି ଅନ୍ତ୍ୟେଷ୍ଟି କ୍ରିୟା କରିବାକୁ ଅନୁମତି ପାଇଁ ଯିବାକୁ ପଡିବନି ଥାନା । ଘରେ ରହି ନେଇପାରିବେ ଅନୁମତି । ଏଥିପାଇଁ ୧୦୦ ନମ୍ବରକୁ କଲ କରିବାକୁ ପଡିବ । ଏହାସହ ଲାଇସେନ୍ସ ସେଲ ୮୧୪୪୨୦୭୧୦୦ ନମ୍ବରକୁ କଲ କରିବା ପରେ ଆପଣଙ୍କ ହ୍ୱାଟସଆପ୍କୁ କମିଶନରେଟ୍ ପୁଲିସ ଏକ ଫର୍ମ ପଠାଇବ । ସେହି ଫର୍ମ ପୂରଣ କରି ପଠାଇଲେ ସେହି ହ୍ୱାଟ୍ସ ଆପ୍କୁ ଅନୁମତି ପତ୍ର ମିଳିଯିିବ । ଏନେଇ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ତାଲାବନ୍ଦବେଳେ ଆଜି ଘରକୁ ଯାଇ ଅଭିଯୋଗ ଶୁଣିଥିଲା କମିଶନରେଟ୍ ପୋଲିସ । ତେବେ ବିବାହ ଭୋଜିରେ ୫୦ ଜଣ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ୨୦ ଜଣ ସାମିଲ ହେବା ପାଇଁ ରାଜ୍ୟଙ୍କ ଅନୁମତି ରହିଛି । ଆଜି ଫୋନରେ ଅଭିଯୋଗ ପାଇ ଘରକୁ ଯାଇ ଏତଲା ଆଣିଥଲେ ନୟାପଲ୍ଲୀ ଥାନା ଅଧିକାରୀ । ୫୦୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।
ଭୁବନେଶ୍ୱରରେ ବିବାହ କିମ୍ବା ଅନ୍ତ୍ୟେଷ୍ଟି କ୍ରିୟା ଅନୁମତି ପାଇଁ ଆଉ ଯିବାକୁ ପଡ଼ିବନି ଥାନା, ଘରେ ବସି ଆପଣଙ୍କୁ ମିଳିବ ଅନୁମତି । ସୂଚନା ଦେଲେ ଭୁବନେଶ୍ୱର ଡିସିପି । @cpbbsrctcpic.twitter.com/2bEvmKaKzc
— Kanak News (@kanak_news) May 5, 2021