କନକ ବ୍ୟୁରୋ: କୋରାପୁଟ ମାଥିଲିରେ ବଢୁଛି ଡାଇରିଆ ଆତଙ୍କ । କୋପ୍ରା ପରେ ଏବେ ଡାଇଗୁଡାରେ ବ୍ୟାପିଛି ଡାଇରିଆ । ୩୬ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ଡାଇଗୁଡାରେ ୮ , କୋପ୍ରାରେ ୨୮ ଜଣ ଏବେ ଯାଏଁ ଡାଇରିଆ ରୋଗୀ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ମାଥିଲି ସବଡିଭିଜନ ମେଡିକାଲରେ ଭର୍ତ୍ତି କରାଯାଇଛି। ଏପଟେ ଗାଁରେ ଜଗି ରହିଛି ମେଡିକାଲ ଟିମ୍ । ସ୍ବାଭାବିକ ସ୍ଥିତିକୁ ଆଣିବାକୁ ମୋବାଇଲ ଟିମ୍ର ଉଦ୍ୟମ ଜାରି ରହିଛି। ଗାଁରେ ଚିକିତ୍ସା ଚାଲୁଛି , ମେଡିକାଲରେ ମଧ୍ୟ ଆକ୍ରାନ୍ତ ଙ୍କ ଚିକିତ୍ସା ଜାରି ରହିଛି ।
ସବୁବର୍ଷ ବର୍ଷାଦିନ ଆସିଲେ ମାଥିଲିରେ ଏଭଳି ଡାଇରିଆ ବ୍ୟାପିଥାଏ । ମୁଖ୍ୟତଃ
-କୋପ୍ରାରେ ଡାଇରିଆ ବ୍ୟାପିବାର କାରଣ ଖରାପ ପାଣି ବୋଲି ଜଣାପଡିଛି
-ଖରାପ ପରିବେଶ ପାଇଁ ବି ସଂକ୍ରମଣ ବ୍ୟାପୁଛି
ଡାଇଗୁଡାରେ ଡାଇରିଆ ବ୍ୟାପିବାର କାରଣ ଚିକେନ ଓ ଜଙ୍ଗଲୀ ଛତୁ ବୋଲି କୁହାଯାଉଛି । ମେଡିକାଲ ଟିମ କୋପ୍ରା ଓ ଡାଇଗୁଡାରେ ଡେରା ପକାଇଛନ୍ତି ।
ଉଭୟ କୋପ୍ରା ଓ ଡାଇଗୁଡାରେ ମେଡିକାଲ ମୋବାଇଲ ଟିମ ପ୍ରସ୍ତୁତ ଅଛି । ଜିଲ୍ଲା ପ୍ରଶାସନର ଏକ ସ୍ୱତନ୍ତ୍ର ଟିମ ପ୍ରଭାବିତ ଅଂଚଳକୁ ଆସି ପାଣି , ଜଙ୍ଗଲୀ ଛତୁ ଓ ଚିକେନର ନମୁନା ପରୀକ୍ଷା ପାଇଁ ନେଇଛନ୍ତି । କୋପ୍ରା ଗାଁରେ ୩ଟି ନଳକୂପକୁ ସ୍ୱାସ୍ଥ୍ୟବିଭାଗ ସିଲ କରିଛି । ପରିସ୍ଥିତି ଉପରେ କଡା ନଜର ରଖାଯାଇଛି ।