କନକ ବ୍ୟୁରୋ : ନିର୍ବାଚନ ଭିତରେ ସରକାର ଖୁସି ଖବର ଆସିଛନ୍ତି । ମଧୁମେହ, ହୃଦଘାତ ସହ ଆହୁରି ଅନେକ ଗୁରୁତର ରୋଗର ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଔଷଧର ମୂଲ୍ୟ କମ୍ ହେବ । ମୋଟ ୪୧ ଟି ଔଷଧର ମୂଲ୍ୟ କମ୍ ହେବ ବୋଲି ଭାରତ ସରକାରଙ୍କର ଔଷଧ ବିଭାଗ ସୂଚନା ଦେଇଛି ।

୨୦୨୧ ପରିସଂଖ୍ୟାନ ମୁତାବକ ଭାରତରେ ଏବେ ୭ କୋଟିରୁ ଅଧିକ ନାଗରିକ ମଧୁମେହ ରୋଗରେ ପୀଡିତ ଅଛନ୍ତି । ଏହାସହ କୋଭିଡ ମହାମାରୀ ପରେ ଦେଶରେ ହୃଦଘାତ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏମାନଙ୍କ ଚିକିତ୍ସା ଖର୍ଚ୍ଚ କମାଇବାକୁ ୪୧ ପ୍ରକାର ଔଷଧର ଦାମ କମ୍ କରାଯାଇଛି ।

ଭାରତ ସରକାରଙ୍କ ଔଷଧ ନିଗମ ଓ ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇଜିଂ ଅଥରେଟିଙ୍କ ଦ୍ୱାରା ଏହି ସୂଚନା ଜାରି କରାଯାଇଛି । ସୂଚନା ମୁତାବକ ଆଣ୍ଟାସିଡ୍, ମଲ୍ଟିଭିଟାମିନ୍, ଆଣ୍ଟିବାୟୋଟିକ୍ସ ଭଳି ଔଷଧ ଶସ୍ତା ହେବାକୁ ଯାଉଛି । ଏହାସହ ସମସ୍ତ ଫାର୍ମା କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି କି, ଯେଉଁସବୁ ଔଷଧର ଦାମ କମ୍ କରାଯାଇଛି ତାହାର ସୂଚନା ତକ୍ରାଳ ଡିଲର ଓ ଷ୍ଟକିଷ୍ଟ ମାନଙ୍କୁ ପ୍ରଦାନ କରାଯାଉ ।

କେନ୍ଦ୍ର ସରକାର , ମଧୁମେହ, ଦରଜ, ହୃଦଘାତ, ସଂକ୍ରମଣ, ପାଇଁ ବ୍ୟବହୃତ ହେଉଥିବା ଔଷଧର ମୂଲ୍ୟ ସ୍ଥିର କରିଛନ୍ତି । ଏନପିପିଏର ୧୪୩ ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସରକାର କମ୍ କରିଥିବା ଔଷଧର ମୂଲ୍ୟ ବାବଦରେ ସୂଚନା ତୁରନ୍ତ ସମସ୍ତ ବିକ୍ରେତାଙ୍କୁ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସରକାର କହିଛନ୍ତି କି, ଏସବୁ ଔଷଧ ଉପରେ ଜିଏସଟି ସେତେବେଳେ ଲାଗିବ ଯେତେବେଳେ ଫାର୍ମା କମ୍ପାନୀମାନେ ଟଙ୍କା ପୈଠ କରିବେ ।