ମଧୁମେହ ରେଗୀଙ୍କ ପାଇଁ ଖୁସି ଖବର : ଟାଇପ-୨ ଡାଇବେଟିସ ରୋଗୀ ଏଣିକି ସପ୍ତାହକୁ ୧୨ଟି ଅଣ୍ଡା ଖାଇପାରିବେ, ଏହା ବ୍ୟତୀତ ମିଳିବ ଅନେକ ଫାଇଦା

Advertisment
ମଧୁମେହ ରେଗୀଙ୍କ ପାଇଁ ଖୁସି ଖବର : ଟାଇପ-୨ ଡାଇବେଟିସ ରୋଗୀ ଏଣିକି ସପ୍ତାହକୁ ୧୨ଟି ଅଣ୍ଡା ଖାଇପାରିବେ, ଏହା ବ୍ୟତୀତ ମିଳିବ ଅନେକ ଫାଇଦା

source : Khabar IndiaTV

ଅଣ୍ଡାରେ କୋଲେଷ୍ଟ୍ରୋଲର ସ୍ତର ଅଧିକ ପାଇବାକୁ ମିଳେ, ଯେଉଁଥିପାଇଁ ମଧୁମେହ ରୋଗୀଙ୍କୁ ସାଧାରଣତଃ ଅଣ୍ଡା ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଏ । କିନ୍ତୁ ଏବେ ଚିନ୍ତା କରିବାର କୈାଣସି କାରଣ ନାହିଁ । ଏକ ନୂଆ ଅଧ୍ୟୟନରୁ ଜଣାପଡିଛି ଯେ ମଧୁମେହ ରୋଗୀ ବିନା ଦ୍ୱିଧାରେ ଅଣ୍ଡା ଖାଇପାରିବେ ।

ମଧୁମେହ ରୋଗୀ ପ୍ରତିଦିନ ବିନା ଦ୍ୱିଧାରେ ଅଣ୍ଡା ଖାଇପାରିବେ ଏବଂ ଏମିତି କରିବା ଦ୍ୱାରା ତାଙ୍କର କୈାଣସି କ୍ଷତି ହେବ ନାହିଁ । ଏକ ଗବେଷଣାରୁ ଜଣାପଡିଛି ଯେ ସପ୍ତାହକୁ ୧୨ଟି ଅଣ୍ଡା ପର୍ଯ୍ୟନ୍ତ ଖାଇବା ଦ୍ୱାରା ଟାଇପ-୨ ଡାଇବେଟିସ ରୋଗୀଙ୍କୁ ହୃଦୟ ଜନିତ ସମସ୍ୟାର କୈାଣସି ବିପଦ ନାହିଁ । ଆମେରିକାନ ଜର୍ନଲ ଅଫ କ୍ଲିନିକାଲ ନ୍ୟୁଟ୍ରିସନରେ ପ୍ରକାଶିତ ଏକ ଅନୁଧ୍ୟାନ ପକ୍ଷରୁ ଜଣାପଡିଛି ଯେ ଅଣ୍ଡାର ରକ୍ତର କୋଲେଷ୍ଟ୍ରୋଲ ସ୍ତରରେ କୈାଣସି ଫରକ ପଡେନି ।

ଏକ ଗବେଷଣାରୁ ଜଣାପଡିଛି ଯେ, ଯଦି ଅଣ୍ଡା ଆପଣଙ୍କ ଖାଦ୍ୟପାନୀୟ ଶୈଳୀର ଅଂଶ ବିଶେଷ, ତେବେ ଏହାକୁ ଖାଦ୍ୟରେ ସାମିଲ କରନ୍ତୁ । ଅଣ୍ଡା ପ୍ରୋଟିନ ଏବଂ ପୋଷକ ତତ୍ୱରେ ଭରପୁର । ଏହା ଖାଇବା ଦ୍ୱାରା ଅନେକ ଫାଇଦା ମିଳେ । ଯାହା ଆଖି ତଥା ହୃଦୟ ଜନିତ ସମସ୍ୟା ପାଇଁ ଭଲ । ଏହା ରକ୍ତ ଧମନୀକୁ ସୁସ୍ଥ ରଖିବାରେ ସହାୟକ ହୁଏ ଏବଂ ଗର୍ଭାବସ୍ଥାରେ ଏହାକୁ ଖାଇବାକୁ ପରାମର୍ଶ ଦିଆଯାଏ ।

ଭାରତରେ ଗତ ପାଂଚ ବର୍ଷରେ ମଧୁମେହ ପୀଡିତଙ୍କ ସଂଖ୍ୟା ୬୯.୨ ମିଲିୟନରୁ ବି ଅଧିକ ହେବ । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଜ୍ୟ ମନ୍ତ୍ରୀ ଅନୁପ୍ରିୟା ପଟେଲ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଥିଲେ କି ଅନ୍ତର୍ରାଷ୍ଟ୍ରୀୟ ମଧୁମେହ ସଂଘ ମୁତାବକ ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ୨ବର୍ଷ ୨୦୧୧, ୨୦୧୩ ଏବଂ ୨୦୧୫ରେ କ୍ରମଶଃ ୬୧.୩ ମିଲିୟନ, ୬୫.୧ ମିଲିୟନ, ୬୯.୨ ମିଲିୟନ ଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe