କନକ ବ୍ୟୁରୋ: ଦେଶରେ ବଢ଼ୁଛି ମଧୁମେହ ରୋଗୀଙ୍କ ସଂଖ୍ୟା । ଏବେ ଦେଶରେ ୧୦ କୋଟିରୁ ଅଧିକ ଡାଇବେଟିସରେ ଆକ୍ରାନ୍ତ ଅଛନ୍ତି । ଏନେଇ ଆଇସିଏମଆର ସତର୍କ କରାଇ ଦେଇଛି । ଦେଶରେ ୪ବର୍ଷରେ ବଢ଼ିଛି ୪୪ ପ୍ରତିଶତ ରୋଗୀଙ୍କ ସଂଖ୍ୟ । ପ୍ରସିଦ୍ଧ ସ୍ୱାସ୍ଥ୍ୟ ଜର୍ଣ୍ଣାଲ “ଲାନସେଟ’ରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି ।

Advertisment

ଭାରତ ଏକ ଯୁବ ପୀଢ଼ିଙ୍କ ଦେଶ । ଅର୍ଥାତ୍ ଭାରତର ଜନସଂଖ୍ୟାର ଏବେ ଅଧିକ ଭାଗ ଯୁବାବସ୍ଥାରେ ଅଛନ୍ତି । ହେଲେ ଏହା ଭିତରେ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ଦେଶରେ ଦ୍ରୁତ ଗତିରେ ବଢ଼ିଚାଲିଛି ମଧୁମେହ ରୋଗୀଙ୍କ ସଂଖ୍ୟା । ଏପରିକି ଏବେ ଦେଶରେ ୧୦ କୋଟିରୁ ଅଧିକ ମଧୁମେହ ରୋଗୀ ରହିଛନ୍ତି । ଚିନ୍ତା ବଢାଉଛି ଡାଏବେଟିସ୍ ରୋଗ । ଭାରତରେ ଏବେ ୧୦ କୋଟିରୁ ଅଧିକ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ସାଇନ୍ସ ଆଇସିଏମ୍ଆରର ତଥ୍ୟ ମୁତାବକ, ଗତ ୪ ବର୍ଷରେ ମଧୁମେହ ରୋଗୀଙ୍କ ସଂଖ୍ୟା ୪୪ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୯ରେ ୭ କୋଟି ଲୋକେ ମଧୁମେହ ରୋଗରେ ପୀଡିତ ଥିଲେ । ୪ ବର୍ଷ ମଧ୍ୟରେ ଆଉ ୩ କୋଟିରୁ ଅଧିକ ଲୋକେ ଏହି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ୟୁକେ ମେଡିକାଲ ଜର୍ଣ୍ଣାଲ ‘ଲାନସେଟ’ରେ ଆଇସିଏମଆରର ରିପୋର୍ଟ ପ୍ରକାଶ ପାଇଛି ।

ନଜର ପକାନ୍ତୁ କ’ଣ କହୁଛି ରିପୋର୍ଟ
• ଭାରତରେ ଏବେ ୧୦ କୋଟିରୁ ଅଧିକ ଲୋକ ଡାଇବେଟିସ୍ ରୋଗରେ ପୀଡିତ
• ଗତ ୪ ବର୍ଷରେ ମଧୁମେହ ରୋଗୀଙ୍କ ସଂଖ୍ୟା ୪୪ % ବୃଦ୍ଧି ପାଇଛି
• ୨୦୧୯ରେ ୭ କୋଟି ଲୋକେ ମଧୁମେହ ରୋଗରେ ପୀଡିତ ଥିଲେ
• ୨୦୨୩ରେ ୧୦ କୋଟିରୁ ଅଧିକ ଲୋକେ ଡାଏବେଟିସ୍ରେ ପୀଡ଼ିତ
• ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ସାଇନ୍ସ ଆଇଏସିଆରର ଅଧ୍ୟୟନ ରିପୋର୍ଟ
• ୟୁକେ ମେଡିକାଲ ଜର୍ଣ୍ଣାଲ ‘ଲାନସେଟ’ରେ ଆଇସିଏମଆର ରିପୋର୍ଟ ପ୍ରକାଶ
• ଦେଶରେ ୧୩ କୋଟି ୬୦ ଲକ୍ଷ ଲୋକ ପ୍ରାରମ୍ଭିକ ମଧୁମେହ ରୋଗର ପୀଡିତ
• ଦେଶର ଜନସଂଖ୍ୟାର ୧୫.୩ %ପ୍ରତିଶତ ଡାଏବେଟିସରେ ପୀଡ଼ିତ
• ଗୋଆରେ ସର୍ବାଧିକ ୨୬. ୪ % ଲୋକ ଡାଏବେଟିସ ରୋଗରେ ପୀଡିତ
• ପୁଡୁଚେରୀର ୨୬ .୩%, କେରଳରେ ୨୫.୫% ଲୋକେ ମଧୁମେହ ରୋଗରେ ପୀଡ଼ିତ
• ଚଣ୍ଡିଗଡ଼ରେ ୨୦.୪% , ଦିଲ୍ଲୀରେ ୧୭.୮%, ତାମିଲନାଡୁରେ ୧୪.୪ % ରୋଗୀ ଆକ୍ରାନ୍ତ
• ଉତରପ୍ରଦେଶ, ବିହାର, ଅରୁଣାଚଂଳ ପ୍ରଦେଶ ସବୁଠୁ କମ୍ ମଧୁମେହ ରୋଗୀ
• କମ ମଧୁମେହ ରୋଗୀ ଥିବା ରାଜ୍ୟରେ ଏହି ରୋଗ ବୃଦ୍ଧି ପାଇବା ନେଇ ରିପୋର୍ଟ

ତେବେ ଆଇସିଏମଆର ଡିଜିଙ୍କ କହିବା ଅନୁସାରେ ବଢ଼ୁଥିବା ମଧୁମେହ ରୋଗୀଙ୍କ ସଂଖ୍ୟାକୁ ରୋକାମଧ୍ୟ ଯାଇପାରିବ । ଏଥିପାଇଁ କିଛି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଉପଯୁକ୍ତ ଖାଦ୍ୟ, ଶାରୀରିକ ପରିଶ୍ରମ ଓ ସନ୍ତୁଳିତ ଜୀବନ ଶୈଳୀ ମଧୁମେହକୁ ରୋକିବାରେ ସହାୟକ ହେବ ।