କରୋନା ମୁକାବିଲା ପାଇଁ ନିୟନ୍ତ୍ରଣରେ ରଖନ୍ତୁ ଡାଇବେଟିସ୍ । ବିଶିଷ୍ଟ ଡାକ୍ତର ଫାହିମ୍ ୟୁନୁସ୍ କହିଲେ, ସୁଗାର ଥିଲେ ୧୦ ଗୁଣା ବଢି ଯାଇପାରେ ବିପଦ

365

କନକ ବ୍ୟୁରୋ: କରୋନା ରୋଗୀଙ୍କ ପାଇଁ ସବୁଠାରୁ ଅଧିକ ବିପଦ ଡାଇବେଟିସ୍ । ତେବେ କରୋନା ମୁକାବିଲା ପାଇଁ ଡାଇବେଟିସ୍ ନିୟନ୍ତ୍ରଣରେ ରଖନ୍ତୁ । ସାରା ବିଶ୍ୱରେ ମହାମାରୀ ମାଡି ଚାଲିଥିବା ବେଳେ ଏମିତି କିଛି କହିଛନ୍ତି ୟୁନିଭରସିଟି ଅଫ ମେରିଲାଣ୍ଡର ବିଶିଷ୍ଟ ଡାକ୍ତର ତଥା ଗବେଷକ ଫାହିମ୍ ୟୁନୁସ୍ । ସେ କହିଛନ୍ତି, ସୁଗାର ଥିଲେ କରୋନା ବିପଦ ୧୦ ଗୁଣା ବଢି ଯାଇପାରେ । ତେଣୁ ସବୁ ବେଳେ ଶରୀର ସୁଗାର ସ୍ତରରୁ ନିୟନ୍ତ୍ରଣରେ ରଖନ୍ତୁ । ସେପଟେ ପ୍ରଥମ ଡୋଜ ପରେ ଯେକୌଣସି ପରିସ୍ଥିତିରେ କରୋନା ଟିକାର ଦ୍ୱିତୀୟ ଡୋଜ ନେବାକୁ ସେ ପରାମର୍ଶ ଦେଇଛନ୍ତି ।