କରୋନା ମୁକାବିଲା ପାଇଁ ନିୟନ୍ତ୍ରଣରେ ରଖନ୍ତୁ ଡାଇବେଟିସ୍ । ବିଶିଷ୍ଟ ଡାକ୍ତର ତଥା ଗବେଷଣ ଫହିମ୍ ୟୁନୁସ୍ କହିଲେ, ସୁଗାର ଥିଲେ ୧୦ ଗୁଣା ବଢି ଯାଇପାରେ ବିପଦ ।

171

କନକ ବ୍ୟୁରୋ: କରୋନା ଭୂତାଣୁର ଭୟାବହତା ଭିତରେ ପ୍ରତିଦିନ ଆସୁଛି ନୂଆ ନୂଆ ତଥ୍ୟ । ଆଉ ଏହାରି ଭିତରେ ଆମେରିକାର ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ଡାକ୍ତର ତଥା ଗବେଷକ ଫହିମ୍ ୟୁନୁସ୍ କରୋନକୁ ନେଇ ଯେଉଁ ସୂଚନା ଦେଇଛନ୍ତି ତାହା ସମସ୍ତଙ୍କ ପାଇଁ ବେଶ ଗୁରୁତ୍ୱ ରଖୁଛି । ସେ କହିଛନ୍ତି- କରୋନା ରୋଗୀଙ୍କ ପାଇଁ ସବୁଠାରୁ ଅଧିକ ବିପଦ ଡାଇବେଟିସ୍ । କରେନା ଟିକାର ଦ୍ୱିତୀୟ ଡୋଜ୍ ନେଉଥିବା ବ୍ୟକ୍ତିଙ୍କ ଭିତରେ ଭୂତାଣୁ ପ୍ରଭାବ ଅଧିକ ଦେଖିବାକୁ ମିଳୁଛି । ସେହିପରି ଘର ଭିତରେ ମାସ୍କ ପିନ୍ଧିବା ଜରୁରୀ ନୁହେଁ ବୋଲି ସୂଚନା ଦେଇଛନ୍ତି ଫହିମ୍ ୟୁନୁସ୍ ।

ସଂକ୍ରାମକ ରୋଗ ବିଷୟରେ ଅଧ୍ୟୟନ ଓ ଗବେଷଣା କ୍ଷେତ୍ରରେ ଏକ ପରିଚିତ ନାଁ ହେଉଛି-ଫହିମ୍ ୟୁନୁସ୍ । ଆମେରିକାର ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଥିବା ଫହିମ୍ ୟୁନୁସ୍, ସବୁବେଳେ ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରସଙ୍ଗ ଉପରେ ମତ ରଖନ୍ତି । ଆଉ କରୋନା ସମ୍ପର୍କରେ ଯେଉଁ କିଛି ଟୁଇଟ୍ କରିଛନ୍ତି, ତାହା ବେଶ ଗୁରୁତ୍ୱ ପୂର୍ଣ୍ଣ । ସେ ଲେଖିଛନ୍ତି-

ଡାଏବେଟିସ ନିୟନ୍ତ୍ରଣରେ ଥିଲେ କରୋନାରେ ମୃତ୍ୟୁ ଆଶଙ୍କା ୧୦ ଗୁଣ ଯାଏଁ କମିଯାଏ । ଡାଏବେଟିସକୁ ନିୟନ୍ତ୍ରଣରେ ରଖିଥିବା ବ୍ୟକ୍ତିଙ୍କ ମୃତ୍ୟୁ ୧.୧% ଆକଳନ କରାଯାଇଥିବା ବେଳେ ନିୟନ୍ତ୍ରଣ ବାହାରେ ଥିବା ବ୍ୟକ୍ତିଙ୍କ ମୃତ୍ୟୁ ୧୧% ଯାଏଁ ଥିବା ସେ କହିଛନ୍ତି ।

୭ ହଜାର ୩ଶହ କରୋନା ରୋଗୀଙ୍କ ଉପରେ ଅନୁଧ୍ୟାନ କରି ଏଭଳି କିଛି ସୂଚନା ଦେଇଛନ୍ତି ଫହିମ୍ ୟୁନୁସ୍ । ସେହିପରି କରୋନା ଟିକା ନେଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ୟୁନୁସ । ସେ ଲେଖିଛନ୍ତି-

– ଯେଉଁମାନେ କରୋନା ଟିକାର ଗୋଟିଏ ଡୋଜ ନେଇଛନ୍ତି ଏବଂ ଦ୍ୱିତୀୟ ଡୋଜ୍ ନେଇ ନାହାଁନ୍ତି, ସେମାନେ କରୋନାରେ ଆକ୍ରାନ୍ତ ହେଲେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତିଗୁରୁତର ହେଉଛି ।

କରୋନାର ଦ୍ୱିତୀୟ ଡୋଜ ନେବାର ୨ରୁ ୪ ସପ୍ତାହ ଭିତରେ ଏହା ବହୁତ ଲାଭ ଦାୟକ ହେଉଛି ବୋଲି କହିବା ସହ ଟିକା ନେବାକୁ ଭୁଲନ୍ତୁ ନାହିଁ ବୋଲି ୟୁନୁସ୍ କହିଛନ୍ତି । ଘର ଭିତରେ ମାସ୍କ ପିନ୍ଧିବା କେତେ ଜରୁରୀ, ସେ ସମ୍ପର୍କରେ ୟୁନୁସ୍ ଲେଖିଛନ୍ତି-

-ଘରେ ଥିବା ବେଳେ ମାସ୍କ ପିନ୍ଧିବା ଜରୁରୀ ନୁହେଁ । କିନ୍ତୁ ଯଦି ଘରକୁ କିଏ ଅତିଥି ଆସୁଛନ୍ତି ସେତେବେଳେ ଘରେ ମାସ୍କ ପିନ୍ଧିବା ଆବଶ୍ୟକ ।
ଆମେ ବହୁତ କିଛି ହରାଇ ସରିଛେ, ତେଣୁ ଅନ୍ତତଃ ମାନସିକ ସ୍ଥିତିକୁ ଦୁର୍ବଳ କରାନଯିବା ଉଚିତ ବୋଲି ୟୁନୁସ ଲେଖିଛନ୍ତି । ସେହିପରି କେଉଁଠି କରୋନାର ଅଧିକ ଭୟ ସେ ସମ୍ପର୍କରେ ୟୁନୁସ୍ ଲେଖିଛନ୍ତି-

-ଜନଗହଳି ବ୍ୟବତ ଖୋଲା ସ୍ଥାନ ସବୁଠୁ ଅଧିକ ସୁରକ୍ଷିତ । ଆବଦ୍ଧ କଠୋରୀ ଅଧିକ ବିପଦଜନକ । ସାଧାରଣ ପରିବହନ, କାର୍ଯ୍ୟାଳୟ, ବିବାହ ଉତ୍ସବ, ସମାଜିକ ଏକତ୍ରୀକରଣ ଆଦି ଅଧିକ ବିପଦ । ଗହଳିସ୍ଥାନଠୁ ଦୂରେଇ ରହନ୍ତୁ ଏବଂ ଏନ୍୯୫ ମାସ୍କ ପରିଧାନ କରନ୍ତୁ ।