ଏସବୁ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ମଧୁମେହ ରୋଗୀ, ନଚେତ ବଢିପାରେ ରକ୍ତ ସର୍କରା

300

କନକ ବ୍ୟୁରୋ : ବଦଳୁଥିବା ଜୀବନଶୈଳୀ, ବିଷାକ୍ତ ଖାଦ୍ୟ ପାଇଁ ଏବେ ଦେଶରେ ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମଧୁମେହ ରୋଗୀ ଡାକ୍ତରଙ୍କ ପରାମର୍ଶ କ୍ରମେ ଖାଦ୍ୟ ପାନୀୟରେ ଅନେକ ପରିବର୍ତ୍ତନ ଆଣୁଥିଲେ ବି ସେମାନଙ୍କୁ ରକ୍ତ ସର୍କରାର ମାତ୍ରା କଣ୍ଟ୍ରୋଲ ରଖିବାକୁ ଔଷଧ ଉପରେ ନିର୍ଭର କରିବାକୁ ପଡୁଛି । ହେଲେ ଆପଣ ଜାଣିଛନ୍ତି କି, ଆପଣ ନିଜ ଅଜାଣତରେ ଏଭଳି କିଛି ଖାଦ୍ୟ ଖାଉଛନ୍ତି ଯାହା ଫଳରେ ରକ୍ତସର୍କରାର ମାତ୍ରା ବୃଦ୍ଧି ପାଉଛି । ଏସବୁ ଖାଦ୍ୟ ଠାରୁ ଦୂରେଇ ରହିଲେ ଆପଣଙ୍କ ରକ୍ତ ସର୍କରା କଣ୍ଟ୍ରୋଲ ହୋଇପାରେ !

ତେଲଛଣା ଖାଦ୍ୟ : ସମସ୍ତେ ଜାଣନ୍ତି କି ତେଲଛଣା ଖାଦ୍ୟ ଅନେକ ରୋଗର କାରଣ ହୋଇଥାଏ । ଏହା ଆପଣଙ୍କ ଶରୀରରେ ରକ୍ତ ସର୍କରା ବୃଦ୍ଧି କରିବାର ଏକ ପ୍ରମୁଖ କାରଣ । ତେଣୁ ମଧୁମେହ ରୋଗୀ ତେଲଛଣା ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖିବା ନିହାତି ଜରୁରି ।

ମଇଦାରୁ ପ୍ରସ୍ତୁତ ଖାଦ୍ୟ : ମଧୁମେହ ରୋଗୀଙ୍କ ପାଇଁ ମଇଦାରୁ ପ୍ରସ୍ତୁତ ଖାଦ୍ୟ ବିଷ ସମାନ । ତେଣୁ ମଇଦାରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ମଇଦାରେ ଗ୍ଲାଇସୋମିକ ଇଣ୍ଡେକ୍ସ ଅଧିକ ଥାଏ , ଯାହା ଆପଣଙ୍କ ରକ୍ତରେ ସର୍କରାର ମାତ୍ରା ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ଆଳୁ : ଭାରତୀୟଙ୍କ ରୋଷେଇ ଶାଳରେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ପରିବା ମଧ୍ୟରେ ଆଳୁ ଅନ୍ୟତମ । ଆଳୁରେ ସର୍ବାଧିକ ପରିମାଣର କାର୍ବୋହାଇଡ୍ରେଡ ସହ ଗ୍ଲାଇସୋମିକ ଇଣ୍ଡକ୍ସର ମାତ୍ରା ଅଧିକ ଥିବାରୁ ଏହା ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ ।

ଘୋଳ ଦହି : ଘୋଳ ଦହିରେ ସର୍କରାର ମାତ୍ରା ସର୍ବାଧିକ । ଏହାସହ ଏଥିରେ ଅନେକ ପ୍ରକାର କେମିକଲ ବ୍ୟବହାର କରାଯାଉଥିବାରୁ ଏହା ମଧୁମେହ ରୋଗୀଙ୍କୁ ଅସୁବିଧାରେ ପକାଇପାରେ । ତେଣୁ ମଧୁମେହ ରୋଗୀ ଘୋଳଦହି ସେବନ କରିବା ଅନୁଚିତ