ଡାଏବେଟିସ୍ କ’ଣ ? ଏହାର ଲକ୍ଷଣ କ’ଣ ଓ କିପରି କରିବେ ଚିକିତ୍ସା ?

200

କନକ ବ୍ୟୁରୋ : ଡାଏବେଟିସ୍ ବା ମଧୁମେହ ରୋଗ । ଆଜିକାଲି ଘରେ ଘରେ ଡାଏବେଟିସ୍ ରୋଗ ଦେଖିବାକୁ ମିଳୁଛି । ଭାରତକୁ ଡାଏବେଟିସ୍ କ୍ୟାପିଟାଲ ବୋଲି କୁହାଯାଏ । କାରଣ ଏଠାରେ ଡାଏବେଟିସ୍ ରୋଗୀ ଅଧିକ । ତେବେ ଏହି ଡାଏବେଟିସ୍ କ’ଣ । କ’ଣ ଏହାର ଲକ୍ଷଣ ଓ କିପରି ଏହାର ଚିକିତ୍ସା କରିବେ ।

– ଡାଏବେଟିସ୍ ଇନସୁଲିନ୍ ପାଇଁ ହୋଇଥାଏ
– ଇନସୁଲିନ୍ ଠିକ୍ ଭାବେ କାମ ନକଲେ ସୁଗାର ମାତ୍ରା ବଢିଯାଏ
– ଟାଇପ୍-୧ ଡାଇବେଟିସରେ ଇନସୁଲିନର ଅଭାବ ରହିଥାଏ
– ଟାଇପ୍-୨ ଡାଇବେଟିସରେ ଇନସୁଲିନ୍ ଠିକ୍ ଭାବେ କାମ କରେ ନାହିଁ
– ଟାଇପ୍-୧ ଛୋଟ ପିଲା ଓ ଟାଇପ୍-୨ ବୟସ୍କଙ୍କଠାରେ ଦେଖାଯାଏ
– ଭୋକ ଲାଗିବା, ଶୋଷ ଲାଗିବା ଏବଂ ଓଜନ କମିବା ଡାଇବେଟିସ୍ର ଲକ୍ଷଣ
– ଆଖିକୁ କମ୍ ଦେଖାଯିବା, ଦାନ୍ତମୂଳରେ ସଂକ୍ରମଣ, ଚାଲିଲେ ଅଣନିଶ୍ୱାସି ଲାଗିଥାଏ
– ପ୍ରତିଦିନ ୪୦ରୁ ୪୫ ମିନିଟ୍ ବ୍ୟାୟାମ କରିବା ଆବଶ୍ୟକ
– ମେଡିଟେସନ୍ ସହ ଇନସୁଲିନ୍ ନେବା ଦରକାର
– ଡାଏବେଟିସ୍ ଯୋଗୁ ବିଭିନ୍ନ ପ୍ରକାର ଜଟିଳତା ଦେଖିବାକୁ ମିଳିଥାଏ
– ଡାଏବେଟିସ୍ ଦ୍ୱାରା ଆଖି, ଚର୍ମ, ଦାନ୍ତ, କିଡ୍ନୀ ପ୍ରଭାବିତ ହୋଇଥାଏ
– ୬ ମାସୁରୁ ବର୍ଷେ ମଧ୍ୟରେ ଥରେ ଆଖି ଟେଷ୍ଟ କରିବା ଆବଶ୍ୟକ
– ୩ ମାସରୁ ୪ ମାସ ମଧ୍ୟରେ କିଡ୍ନୀ ପରୀକ୍ଷା କରାଇନେବା ଦରକାର