ଅକ୍ଷର+ପଟେଲ+ରବୀନ୍ଦ୍ର+ଜାଡେଜା….ମୁମ୍ବାଇ ଟେଷ୍ଟ ପରେ ଭାଇରାଲ ହେଉଛି ଏହି ଫଟୋ…

667

କନକ ବ୍ୟୁରୋ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟକୁ ଜିତିନେଇଛି ଟିମ୍ ଇଣ୍ଡିଆ । ଆଉ ଏହି ବିଜୟ ପରେ ଆଇସିସି ନିଜର ସୋସିଆଲ୍ ମିଡିଆ ସାଇଟରେ ଏକ ଫଟୋ କରିଛି । ଯେଉଁଥିରେ ଦୁଇ ଭାରତୀୟ ଓ ଦୁଇ ନ୍ୟୁଜିଲାଣ୍ଡ ଖେଳାଳି ମୁହଁ ପଛକୁ କରି ଠିଆ ହୋଇଛନ୍ତି । ତେବେ ଚମତ୍କାର କଥା ହେଉଛି, ଏହି ଚାରି ଜଣ ଖେଳାଳିଙ୍କ ଟି-ସାର୍ଟ ପଛରେ ଲେଖାଯାଇଥିବା ନାଁ ଟିମ୍ ଇଣ୍ଡିଆର ଦୁଇ ଖେଳାଳିଙ୍କ ନାଁକୁ ପୂରା କରୁଛି ।

ଅକ୍ଷର+ପଟେଲ+ରବୀନ୍ଦ୍ର+ଜାଡେଜା…. ଫଟୋରେ ଦେଖୁଥିବା ଏହି ଚାରିଜଣ ଖେଳାଳି ହେଲେ ଭାରତର ଅକ୍ଷର ପଟେଲ, ନ୍ୟୁଜିଲାଣ୍ଡର ଏଜାଜ୍ ପଟେଲ, ନ୍ୟୁଜିଲାଣ୍ଡର ରଚିନ୍ ରବୀନ୍ଦ୍ର ଓ ଭାରତର ରବୀନ୍ଦ୍ର ଜାଡେଜା । ହେଲେ ଏହି ଚାରି ଖେଳାଳିଙ୍କ ଏହି ଟି-ସାର୍ଟ ପଛରେ ଲେଖାଯାଇଥିବା ନାଁ ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜାଙ୍କ ନାଁକୁ ପୂରା କରୁଛି । ଯାହାକି ଏବେ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ ଯେ, ନ୍ୟୁଜିଲାଣ୍ଡ ଖେଳାଳି ଏଜାଜ୍ ପଟେଲ ଓ ରଚିନ୍ ରବୀନ୍ଦ୍ର ମୂଳରୂପରେ ଭାରତୟୀ । ହେଲେ ନ୍ୟୁଜିଲାଣ୍ଡ ତରଫରୁ ସେ କ୍ରିକେଟ୍ ଖେଳିଆସୁଛନ୍ତି । ଏହି ଦୁଇ ଯୋଡି କାନପୁର ଟେଷ୍ଟକୁ ଡ୍ର କରାଇବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ଏବଂ ନ୍ୟୁଜିଲାଣ୍ଡକୁ ପରାଜୟରୁ ରକ୍ଷା କରିିଥିଲେ । ସେହିପରି ଦ୍ୱିତୀୟ ଟେଷ୍ଟରେ ଏଜାଜ୍ ପଟେଲ ଓ ରଚିନ୍ ରବୀନ୍ଦ୍ର ଏପରି ଖେଳାଳି ଥିଲେ, ଯିଏକି ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନଙ୍କ ୱିକେଟ୍ ନେବାରେ ସକ୍ଷମ ହୋଇଥିଲେ । ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆର ମୋଟ ୧୭ଟି ୱିକେଟ୍ ଯାଇଥିବାବେଳେ ଏଜାଜ୍ ପଟେଲ ୧୪ଟି ଓ ରଚିନ୍ ରବୀନ୍ଦ୍ର ୩ଟି ୱିକେଟ୍ ନେଇଥିଲେ ।