ବୈଜ୍ଞାନିକଙ୍କ ଭଲ ପାଇବା । ନୂଆ ପ୍ରଜାତି ବୁଢିଆଣୀର ନାଁ ରଖିଲେ ସଚିନ୍ ତେନ୍ଦୁଲକର ।

Advertisment
ବୈଜ୍ଞାନିକଙ୍କ ଭଲ ପାଇବା । ନୂଆ ପ୍ରଜାତି ବୁଢିଆଣୀର ନାଁ ରଖିଲେ ସଚିନ୍ ତେନ୍ଦୁଲକର ।

କ୍ରିକେଟର ସଚିନ୍‌ ତେନ୍ଦୁଲକରଙ୍କୁ ତାଙ୍କ ପ୍ରଶଂସକମାନେ ବିଭିନ୍ନ ପ୍ରକାର ନାମରେ ଡାକି ଥାଆନ୍ତି। ଏଥିସହିତ ସଚିନ୍‌ଙ୍କ ପ୍ରଶଂସକ ଶରୀରରେ ସଚିନ୍‌ଙ୍କ ନାମରେ ଟାଟୁ ଖୋଦେଇ କରିବା ସହିତ ପୋଷାକରେ ତାଙ୍କ ଚିତ୍ର ଆଙ୍କି ଥିବାର ଅନେକ ସମୟରେ ଦେଖିବାକୁ ମିଳିଛି। ସମ୍ପ୍ରତି ସଚିନ୍‌ ତେନ୍ଦୁଲକରଙ୍କ ନାମ ପୁଣି ଚର୍ଚ୍ଚାର ପରିସରକୁ ଆସିଛି। ସଚିନଙ୍କୁ କ୍ରିକେଟରୁ ଅବସର ନେବା ଅନେକ ବର୍ଷ ହୋଇଗଲାଣି। କିନ୍ତୁ ଆଜି ବି ତାଙ୍କ ପ୍ରଶଂସକଙ୍କ ସଂଖ୍ୟା କମିବା ବଦଳରେ ବୃଦ୍ଧି ପାଇବାରେ ଲାଗିଛି।

ଜଣେ ପ୍ରଶଂସକ ସଚିନଙ୍କୁ ସମ୍ମାନ ଦେବାକୁ ଯାଇ ଏକ ଅଦ୍ଭୁତ ଉପାୟ ଆପଣାଇଛନ୍ତି । ସଚିନଙ୍କ ଏହି ପ୍ରଶଂସକଙ୍କ ନାମ ଧ୍ରୁବ ପ୍ରଜାପତି । ଯିଏକି ସ୍ପାଇଡର ଟେକ୍ସୋନୋମିରେ ପିଏଚଡି କରିଥିବା ଜଣେ ଗବେଷକ। ଧ୍ରୁବ ବୁଢିଆଣୀର ଏକ ନୂଆ ପ୍ରଜାତିର ନାମ ମାରେଂଗୋ ସଚିନ୍‌ ତେନ୍ଦୁଲକର ରଖିଛନ୍ତି।

ଗୁଜୁରାଟ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ୍‌ (ଜିଇଇଆର) ଜୁନିୟର ରିସର୍ଚ୍ଚର ଧ୍ରୁବ ପ୍ରଜାପତି ବୁଢ଼ିଆଣୀଙ୍କ ଦୁଇଟି ନୂଆ ପ୍ରଜାତିଙ୍କୁ ଖୋଜି ବାହାର କରିଛନ୍ତି। ଏହି ଦୁଇ ନୂଆ ପ୍ରଜାତିର ବୁଢ଼ିଆଣୀ ମଧ୍ୟରୁ ସେ ଜଣଙ୍କ ନାମ ମାରେଂଗୋ ସଚିନ୍‌ ତେନ୍ଦୁଲକର ଦେଇଛନ୍ତି। ଏହି ପ୍ରଜାତିର ବୁଢ଼ିଆଣୀ ବିଶେଷ ଭାବେ କେରଳ, ତାମିଲନାଡୁ ଓ ଗୁଜୁରାଟରେ ଦେଖିବାକୁ ମିଳିଥାଏ। ଏପରି ନାମକରଣ ପଛର କାରଣ ବିଷୟରେ ଧ୍ରୁବ କହନ୍ତି, ‘ସଚିନ୍‌ଙ୍କୁ ମୁଁ ବହୁତ ପସନ୍ଦ କରେ। ସେଥିପାଇଁ ନୂଆ ପ୍ରଜାତିର ବୁଢ଼ିଆଣୀ ଖୋଜି ବାହାର କରିବା ପରେ ଏପରି ନାମ ଦେଇଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe