ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଚର୍ଚ୍ଚାରେ ଧୋନୀଙ୍କ ପାକିସ୍ତାନୀ ଫ୍ୟାନ: କହିଲେ, ପାକିସ୍ତାନ ଜିତିବ, ହେଲେ ଧୋନୀ ଲଭ ୟୁ ମାଇଁ ହାର୍ଟ…

226

କନକ ବ୍ୟୁରୋ: ଆଜି ସୁପର ସଣ୍ଡେରେ ଦେଖିବାକୁ ମିଳିବ ସୁପର ଫାଇଟ । ଭାରତ-ପାକିସ୍ତାନ ମ୍ୟାଚକୁ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି ଫ୍ୟାନ । ଏହା ପୂର୍ବରୁ ଏବେ ଚର୍ଚ୍ଚା ସୃଷ୍ଟି କରିଛନ୍ତି ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପାକିସ୍ତାନୀ ଫ୍ୟାନ । ସେ ଏହି ହାଇଭୋଲ୍ଟେଜ ମ୍ୟାଚକୁ ଚିୟର କରିବା ପାଇଁ ଦୁବାଇରେ ପହଞ୍ଚିଛନ୍ତି ।

ଦୁବାଇରେ ଭାରତୀୟ ଫ୍ୟାନ ସୁଧିର ଓ ପାକିସ୍ତାନୀ ଚାଚାଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ପାକିସ୍ତାନୀ ଚାଚା ପାକିସ୍ତାନ ଜିତୁ ବୋଲି ଜୋରଦାର ନାରା ଦେଉଥିବା ବେଳେ ତାଙ୍କ ହୃଦୟରେ କିନ୍ତୁ ଧୋନୀ ଅଛି ବୋଲି ସେ କହିଥିଲେ । ସେ ଆହୁରି କହିଛନ୍ତି କି, ଯିଏ ଜିତିଲେ ବି ସେ ଖୁସି, ସେ ଏଠାକୁ କେବଳ ଧୋନୀଙ୍କ ପାଇଁ ଆସିଛନ୍ତି ।

ମହେନ୍ଦ୍ର ସିଂ ଧୋନୀ ଅବସର ଘୋଷଣା କରିବା ପରେ ପାକିସ୍ତାନୀ ଚାଚା ବସିର ତଥା ମହେନ୍ଦ୍ର ସିଂ ଧୋନୀଙ୍କ ପାକିସ୍ତାନୀ ଫ୍ୟାନ ବି ଖେଳ ନଦେଖିବା ପାଇଁ ନିଷ୍ପତ୍ତି ନେଇଥିଲେ । ହେଲେ ଏବେ ଧୋନୀ ପୁଣି କ୍ରିକେଟ ସହ ଜଡିତ ଥିବାର ଦେଖି ସେ ନିଜକୁ ସମ୍ଭାଳି ପାରିନଥିଲେ । ତେଣୁ ତାଙ୍କର ଝଲକ ଦେଖିବା ପାଇଁ ଆଉ ଭାରତ-ପାକିସ୍ତାନ ଭଳି ବଡ ମ୍ୟାଚକୁ ଚିୟର କରିବା ପାଇଁ ସେ ଦୁବାଇ ଚାଲିଆସିଛନ୍ତି ।