କ୍ରିକେଟ ପରେ ଟେନିସରେ ଜଲୱା ଦେଖାଇଲେ ଧୋନି । ଫାଇନାଲ ଜିତିବା ସହ ଚାମ୍ପିୟନ ଟ୍ରଫି ହାତେଇଲେ ମାହି, ମ୍ୟାଚ ସମୟର ଭିଡିଓ ଭାଇରାଲ

452

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତ ଏକ ମାସ ହେବ କ୍ରିକେଟ ମୈଦାନରୁ ଦୂରେଇ ରହିଛନ୍ତି । ତେବେ କ୍ରିକେଟ ମୈଦାନରୁ ଦୂରେଇ ରହିଲେ ମଧ୍ୟ ଟେନିସରେ ଜଲୱା ଦେଖାଇଛନ୍ତି ଧୋନି । ଟେନିସ ଟୁର୍ଣ୍ଣାମେଣ୍ଟ ଜିତିବା ସହ ସୂଚାଇ ଦେଇଛନ୍ତି ଯେ, କେବଳ କ୍ରିକେଟ ନୁହେଁ ଟେନିସ ଖେଳରେ ମଧ୍ୟ ସେ ବାଦଶାହା ।

କ୍ରିକେଟ, ଫୁଟବଲ ଓ ସୁଟିଂ ପରେ ଏବେ ଲନ୍ ଟେନିସରେ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି ମହେନ୍ଦ୍ର ସିଂ ଧୋନୀ । ଲନ ଟେନିସରେ ଧୋନିଙ୍କ ପ୍ରଦର୍ଶନ ଦେଖି ଅଧିକାଂଶ ଆଶ୍ଚଯ୍ୟ ହୋଇଯାଇଥିଲେ । ରାଞ୍ଚି ଜେଏସସିଏ ଷ୍ଟାଡିୟମରେ ଆୟୋଜିତ ହୋଇଥିବା କଣ୍ଟ୍ରି କ୍ରିକେଟ କ୍ଲବ ଟେନିସ ଚାମ୍ପିୟନସିପରେ ଫାଇନାଲ ଜିତିବା ସହ ଟ୍ରଫି ନିଜ ନାଁରେ କରିଛନ୍ତି ଧୋନି ।

ଧୋନି ଓ ତାଙ୍କର ପାର୍ଟନର ସୁମିତ ପୁରୁଷ ଡବଲ୍ସ ଫାଇନାଲରେ ପ୍ରତିପକ୍ଷଙ୍କୁ ପରାସ୍ତ କରି ଟୁର୍ଣ୍ଣାମଣ୍ଟେରେ ଚାମ୍ପିୟନ ହୋଇଥିଲେ । ପ୍ରତିପକ୍ଷ ପ୍ରତିଦ୍ୱନ୍ଦୀକୁ ୬-୩, ୬-୩ ସେଟରେ ପରାସ୍ତ କରିଥିଲେ ଧୋନି ଓ ସୁମିତ । ତେବେ ଫାଇନାଲ ଖେଳିବା ପୂର୍ବରୁ ଧୋନି ଅଭ୍ୟାସ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ଧୋନିଙ୍କ ପ୍ରଂଶସକ ମଧ୍ୟ ବେଶ ପସନ୍ଦ କରିଛନ୍ତି ।