ଧୋନିଙ୍କୁ କିଏ ଦେଇଥିଲା ଝିଅ ଜନ୍ମର ଖବର ?

82

ଭାରତୀୟ କ୍ରିକେଟର ଅନେକ ମ୍ୟାଚରେ ରୋଚକ ବିଜୟ ଦେଇ ଦର୍ଶକଙ୍କୁ ଖୁସି କରାଇବା ସହ ଭାରତକୁ ଗୌରବ ଦେଉଥିବା ବେଳେ ସେମାନଙ୍କ ଜୀବନର ଅନେକ ବିଶେଷ ମୁହୁର୍ତକୁ ସେମାନେ ହାତଛଡା କରିଥାନ୍ତି । ପଡିଆରେ ଦର୍ଶକଙ୍କୁ ମନଭରି ଦେଉଥିବା ଖୁସି ପଛରେ ବି ଥାଏ ଅନେକ ଅବିଶ୍ୱାସନୀୟ ସତ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଧୋନି ଯେତେବେଳେ ଦେଶ ପାଇଁ ଅଷ୍ଟ୍ରେଲିଆରେ କ୍ରିକେଟ ଖେଳୁଥିବା ବେଳେ ଜାଣିଥିଲେ କନ୍ୟାସନ୍ତାନର ବାପା ହୋଇଥିଲେ ।

ଯେତେବେଳେ ଅଷ୍ଟ୍ରେଲିଆରେ ମହେନ୍ଦ୍ର ସିଂହ ଧୋନି ବିଶ୍ୱକପରେ ଭାରତର ନେତୃତ୍ୱ ନେଉଥିଲେ ତାଙ୍କ ପତ୍ନୀ ଆସନ୍ନପ୍ରସବା ଥିଲେ । ଅଷ୍ଟ୍ରେଲିଆ ବିରୋଧରେ ଭାରତର ଫାଇନାଲ ୱାର୍ମଅପ ମ୍ୟାଚର ଦୁଇ ଦିନ ପୂର୍ବରୁ ଅର୍ଥାତ ୬ଫେବୃୟାରୀ ୨୦୧୫ରେ ତାଙ୍କର ଝିଅ ଜନ୍ମ ହୋଇଥିଲା । ପ୍ରସଦ୍ଧ ସାମ୍ବାଦିକ ରାଜଦୀପ ସରଦେଶାଇ ନିକଟରେ ‘ଡେମୋକ୍ରାସିସ ଇଲେଭେନ: ଦ ଗ୍ରେଟ ଇଣ୍ଡିଆନ କ୍ରିକେଟ ଷ୍ଟୋରୀ’ର ଉନ୍ମୋଚନ କରିଥିଲେ । ଧୋନିଙ୍କ ଝିଅ ‘ଜିଭା’ ଜନ୍ମ ଖୁସି ଖବର ଦେବାକୁ ସାକ୍ଷୀ ସୁରେଶ ରାଇନାଙ୍କୁ ଯୋଗାଯୋଗ କରିଥିଲେ କାରଣ ଧୋନି ମୋବାଇଲ ଫୋନ ନେଇନଥିଲେ ।

ଆଇସିସି ବିଶ୍ୱକପ -୨୦୧୫ ସମୟର ଏହି ଘଟଣା ବିଷୟରେ ପବ୍ଲିସର ଯୁଗରନଟ ବୁକସ ଟ୍ୱିଟ କରି ଜଣାଇଛନ୍ତି । ଜିଭାଙ୍କ ଜନ୍ମ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତରରେ ଧୋନି କହିଥିଲେ ‘ମୁଁ ବର୍ତମାନ ଭାରତର ସେବା କରୁଛି, ସେଥିପାଇଁ ମୋତେ ସବୁୁ ଅପେକ୍ଷା କରିବାକୁ ପଡିବ’ । ଏଥିରୁ ଅଧିନାୟକ ଧୋନିଙ୍କ କ୍ରିକେଟ ଓ ଭାରତ ପ୍ରତି ଥିବା ତାଙ୍କର ନିଷ୍ଠା ଦେଖାଇଥିଲେ । ସଫଳତମ ଅଧିନାୟକ ଧୋନି ଭାରତକୁ ୨୦୧୧ ବିଶ୍ୱକପ ବିଜୟୀ କରାଇବା ସହ ପ୍ରଥମ ଟି-୨୦ ବିଶ୍ୱକପ ଜିତାଇଥିଲେ । ୨୦୧୫ ବିଶ୍ୱକପରେ ଭାରତ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଥିଲା କିନ୍ତୁ ସେମିଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ୯୫ ରନରେ ହାରି ଯାଇଥିଲା ।