କେମିତି ମିଳିଥିଲା ଦଳର ଅଧିନାୟକ ପଦ ! ସ୍ମରଣୀୟ ମୁହୂର୍ତ୍ତକୁ ମନେପକାଇଲେ ଧୋନି

66

ଯେକୌଣସି ଖେଳାଳିଙ୍କ ଜୀବନରେ ଜାତୀୟ ଟିମ୍‌ ପାଇଁ ନେତୃତ୍ୱ ନେବା ନିଶ୍ଚିତ ଭାବରେ ଖୁସିର କଥା। ପୁଣି ଭାରତ ଭଳି ଏକ ବିଶାଳ ଦେଶରେ ଥିବା ଟିମ୍‌ର ନେତୃତ୍ୱ ନେବା ଗୌରବର ବିଷୟ। ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ଝାଡ଼ଖଣ୍ଡରେ ଜନ୍ମିତ ମହେନ୍ଦ୍ର ସିଂହ ଧୋନିଙ୍କୁ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ଦାୟିତ୍ୱ ମିଳିବା ସ୍ମରଣୀୟ ମୂହୁର୍ତ୍ତ। ଧୋନିଙ୍କୁ ୨୦୦୭ରେ ଭାରତୀୟ କ୍ୟାପ୍‌ଟେନ୍‌ ଦାୟିତ୍ୱ ମିଳିଥିଲା।

ଦୁଇ ଥର ବିଶ୍ୱକପ୍‌ ବିଜେତା ଧୋନି ଅଧିନାୟକ ହେବା ପୂର୍ବରୁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) ତାଙ୍କ ଭିତରେ ନେତୃତ୍ୱ ନେବା ପଣିଆ ଅଛି ବୋଲି ଜାଣି ପାରିଥିଲା। ତାଙ୍କୁ କାହିଁକି ଚୟନକାରୀ କମିଟି ଅଧିନାୟକ ପଦରେ ନିଯୁକ୍ତି କରିଥିଲା, ଧୋନି ସେ ନେଇ ଗଣମାଧ୍ୟମକୁ ସାକ୍ଷାତକାରରେ ପ୍ରକାଶ କରିଛନ୍ତି। ଧୋନି କହିଛନ୍ତି, ପ୍ରତିଟି ଜିନିଷକୁ ସାଧୁ ଭାବରେ ଦେଖିବାକୁ ମୁଁ କେବେ ପଛଘୁଞ୍ଚା ଦେଇ ନାହିଁ। ସଙ୍କଟଜନକ ସ୍ଥିତିରେ ଖେଳକୁ ସମ୍ଭାଳିବା କ୍ଷମତା ମୋ ପାଖରେ ଥିଲା। ଯେଉଁ ସମୟରେ ମୋତେ ଅଧିନାୟକ ପଦରେ ନିଯୁକ୍ତି କରାଯାଇଥିଲା, ସେତେବେଳକୁ ମୁଁ ଯୁବକ ଥିଲି। ଅଧିନାୟକ ପଦରେ ନିଯୁକ୍ତି କରାଯିବା ସମ୍ପର୍କରେ ମୁଁ ଜଣେ ବରିଷ୍ଠ ଖେଳାଳିଙ୍କୁ ପଚାରିଥିଲି ବୋଲି ଧୋନି କହିଛନ୍ତି। ଖେଳ ସମ୍ପର୍କରେ ଘଟିଯାଇଥିବା ମୂହୁର୍ତ୍ତ ମୁଁ ଅନ୍ୟକୁ ସେୟାର କରିବାରେ କୁଣ୍ଠାବୋଧ କରି ନ ଥାଏ ବୋଲି କହିଛନ୍ତି ଟିମ୍‌ ଇଣ୍ଡିଆର କ୍ୟାପ୍‌ଟେନ୍‌ କୁଲ୍‌ ।

ଭାରତୀୟ ଟିମ୍‌ର ଦିନିକିଆ ଅଧିନାୟକ ପଦରୁ ଧୋନି ଚଳିତ ବର୍ଷ ଜାନୁଆରିରେ ଇସ୍ତଫା ଦେଇଥିଲେ। ସେହିପରି ୨୦୧୪-୧୫ରେ ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ ପରେ କ୍ୟାପ୍‌ଟେନ୍‌ ପଦ ଛାଡ଼ିିଥିଲେ। ବର୍ତମାନ ସ୍ଥିତିରେ ଧୋନି ଶ୍ରୀଲଙ୍କା ବିରୋଧରେ ୩ଟି ଟେଷ୍ଟ ଓ ୩ଟି ଟି-୨୦ ମ୍ୟାଚ ଖେଳିବେ। ରାଜକୋଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ ଭାରତ ପରାଜୟ ହେବାପରେ ଧୋନିଙ୍କ ପ୍ରଦର୍ଶନକୁ ନେଇ କ୍ରିକେଟ ଜଗତରେ ଅନେକ ଚର୍ଚ୍ଚା ହୋଇଛି। କିଛି ପୂର୍ବତନ ଭାରତୀୟ ଖେଳାଳି କହିଥିଲେ ଯେ, ଧୋନିଙ୍କ ସ୍ଥାନରେ ଟିମ୍‌ରେ ଯୁବ ଖେଳାଳିଙ୍କୁ ସାମିଲ କରାଯିବା ଦରକାର।