ଧୋନୀ...ଧୋନୀ... ପଙ୍ଖା ନଥାଇ ବି ପଡ଼ିଆରେ ଉଡୁଥିଲା ‘ହେଲିକପ୍ଟର’ ସଟ୍ । ୧୫ ବର୍ଷର ଯାତ୍ରାକୁ ଅଗଷ୍ଟ ୧୫ରେ ଅଚାନକ୍ କହିଦେଲେ ଅଲବିଦା । ରାଞ୍ଚିରୁ ଆସି ବନିଥିଲେ ବିଶ୍ୱ କ୍ରିକେଟର ବେଷ୍ଟ ଫିନିସର୍ ।

Advertisment
ଧୋନୀ...ଧୋନୀ... ପଙ୍ଖା ନଥାଇ ବି ପଡ଼ିଆରେ ଉଡୁଥିଲା ‘ହେଲିକପ୍ଟର’ ସଟ୍ । ୧୫ ବର୍ଷର ଯାତ୍ରାକୁ ଅଗଷ୍ଟ ୧୫ରେ ଅଚାନକ୍ କହିଦେଲେ ଅଲବିଦା । ରାଞ୍ଚିରୁ ଆସି ବନିଥିଲେ ବିଶ୍ୱ କ୍ରିକେଟର ବେଷ୍ଟ ଫିନିସର୍ ।

କନକ ବ୍ୟୁରୋ: ମେ ପଲ ଦୋ ପଲ କା ସାୟର ହୁଁ ...ବିଶିଷ୍ଟ ଉର୍ଦ୍ଦୁ କବି ସାହିର ଲୁଧିଆନବୀଙ୍କ ରଚିତ ଓ ବିଶିଷ୍ଟ ଗାୟକ ମୁକେଶ ଗାଇଥିବା ଏହି ଗୀତକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ମହେନ୍ଦ୍ର ସିଂ ଧୋନୀ । କ୍ରିକେଟ ମ୍ୟାଚରେ ଦୁନିଆର ସବୁଠାରୁ ଭଲ ଫିନିସର କୁହାଯାଉଥିବା ଏହି ୩୯ ବର୍ଷିୟ କ୍ରିକେଟର ୧୫ ଅଗଷ୍ଟ ସ୍ୱାଧିନତା ଦିବସ ସନ୍ଧ୍ୟା ୭ଟା ୨୯ ମିନିଟରେ ନିଜ ଅବସର କଥା ଇନଷ୍ଟାଗ୍ରାମ ପୋଷ୍ଟରେ ଘୋଷଣା କରି ଠିକ ସେହି ଭଳି ଏକ ଫିନିସିଙ୍ଗ ଦେଇଛନ୍ତି ।

ଯେତେବେଳେ ଧୋନୀ ସୁଯୋଗ ପାଆନ୍ତି ଏହି ଗୀତ ସେ ନିଶ୍ଚୟ ଗାଆନ୍ତି । ବୋଧହୁଏ ଏହି ଗୀତ ମାଧ୍ୟମରେ ସେ କହିବାକୁ ଚାହିଁଛନ୍ତି, କିଛି କ୍ଷଣ ତାଙ୍କର ଥିଲା, ପରେ ପୁଣି ତାଙ୍କ ସ୍ଥାନରେ ଆଉ କିଏ ଆସିଯିବେ ।

ଭାରତୀୟ କ୍ରିକେଟରେ ଏକ ଲମ୍ବା ଇନିଂସ ଖେଳିଥିବା ଧୋନୀଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ, ୨୦୦୭ ଟି-୨୦ ବିଶ୍ୱକପ, ୨୦୧୧ ଆଇସିସି ବିଶ୍ୱକପ୍ ଓ ୨୦୧୩ ଆଇସିସି ଚାଂପିଅନସ ଟ୍ରଫି, ଜିତି ସାରା ବିଶ୍ୱରେ ନଂବର ୱାନ ସ୍ଥାନକୁ ପହଂଚିଯାଇଥିଲା । ପ୍ରବଳ ଚାପ ଭିତରେ ଶାନ୍ତ ରହି ଖେଳ ପରିଚାଳନାରେ ସିଦ୍ଧହସ୍ତ ଧୋନୀ, ସେଇଥି ପାଇଁ କ୍ରିକେଟର କିମ୍ବଦନ୍ତୀ ବନିଯାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe