ବଛାହେଲା ଆଇପିଏଲ୍ ଇତିହାସର ସର୍ବକାଳୀନ ସର୍ବଶ୍ରେଷ୍ଠ ଟିମ୍ । ଦଳର କ୍ୟାପଟେନ୍ ହେଲେ ମହେନ୍ଦ୍ର ସିଂହ ଧୋନୀ । ଜାଣନ୍ତୁ, ଦଳରେ ଅଛନ୍ତି ଅନ୍ୟ କେଉଁ ଖେଳାଳି?

3,335

କନକ ବ୍ୟୁରୋ: ଆଇପିଏଲ ଇତିହାସର ସର୍ବକାଳୀନ ସର୍ବଶ୍ରେଷ୍ଠ ଟିମର କ୍ୟାପଟେନ୍ ହେଲେ ମହେନ୍ଦ୍ର ସିଂହ ଧୋନୀ । କ୍ୟାପଟେନ୍ କୁଲ୍ ମାହିଁଙ୍କୁ ଆଇପିଏଲ୍ ଇତିହାସର ‘ଅଲ୍ ଟାଇମ୍ ଗ୍ରେଟେଷ୍ଟ’ ଟିମର କ୍ୟାପଟେନ୍ ବାଛିଛନ୍ତି ବରିଷ୍ଠ କ୍ରିକେଟର । ଖାଲି ସେତିକି ନୁହେଁ, ଧୋନୀ ଏହି ଦଳର ୱିକେଟ କିପର ରହିବା ସହିତ ଦଳର ମଙ୍ଗ ସମ୍ଭାଳିବେ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ ନିଜର ମତାମତ ରଖିଛନ୍ତି ।

ଅସଲ କଥା ହେଉଛି, ପାକିସ୍ତାନୀ କ୍ରିକେଟର ୱାସିମ୍ ଆକ୍ରମ, ଅଷ୍ଟ୍ରେଲୀୟ ଖେଳାଳି ମାଥ୍ୟୁ ହେଡେନ୍, ଟମ୍ ମୁଡି ଏବଂ ଦକ୍ଷିଣ ଆଫ୍ରିକା ଖେଳାଳି ଡେଲ୍ ଷ୍ଟେନଙ୍କୁ ନେଇ ଆଇପିଏଲ୍ ଇତିହାସର ସବୁଠୁ ସର୍ବଶ୍ରେଷ୍ଠ ଟିମ୍ ବଛାଯାଇଥିଲା । ଯେଉଁଥିରେ ମୋଟ ୧୫ ଜଣ ଖେଳାଳିଙ୍କୁ ସ୍ଥାନ ଦିଆଯାଇଥିଲା । ଆଉ ଏହି ଟିମର କ୍ୟାପଟେନ୍ ଭାବେ ସମସ୍ତେ ଏକ ସ୍ୱରରେ ମହେନ୍ଦ୍ର ସିଂହ ଧୋନୀଙ୍କୁ ଚୟନ କରିଥିଲେ ।

ଏହାସହିତ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣରଙ୍କ ସହିତ ବିରାଟ କୋହଲି ଦଳର ଓପନର ଭାବେ ବାଛିଥିଲେ ସିଲେକ୍ସନ ପ୍ୟାନେଲ । ଏହାସହିତ କ୍ରିସ୍ ଗେଲ୍, ସୁରେଶ ରାଇନା, ଏବି ଡିଭିଲିୟର୍ସ, ସୂର୍ଯ୍ୟ କୁମାର ଯାଦବ ଏବଂ ଏମ୍ ଏସ୍ ଧୋନୀ ଏହି ଦଳରେ ମଧ୍ୟମ କ୍ରମ ବ୍ୟାଟ୍ସମ୍ୟାନ୍ ଭାବେ ସ୍ଥାନ ପକ୍କା କରିଥିଲେ । ତତ୍ ସହିତ ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଓ କିରଣ ପୋଲାର୍ଡ ଏହି ସର୍ବକାଳୀନ ସର୍ବଶ୍ରେଷ୍ଠ ଟିମର ୩ ଅଲରାଉଣ୍ଡର ରହିଛନ୍ତି ।

ଅନ୍ୟପଟେ ଏହି ୧୫ ଜଣିଆ ସର୍ବଶ୍ରେଷ୍ଠ ଆଇପିଏଲ ଟିମରେ ରସିଦ ଖାନ୍, ସୁନୀଲ ନାରିନ୍ ଏବଂ ୟୁଜବେନ୍ଦ୍ର ଚହଲ ସ୍ପିନ ବୋଲର ଭାବେ ସ୍ଥାନ ପାଇଛନ୍ତି । ଏହା ସହ ଶ୍ରୀଲଙ୍କା ବୋଲର ଲାଥିସ୍ ମାଲିଙ୍ଗା ଓ ଜଶପ୍ରୀତ ବୁମରା ଏହି ଦଳର ଦୁଇ ଦ୍ରୁତ ବୋଲର ଭାବେ ଚୟନ ହେଇଛନ୍ତି ।