ମୁମ୍ବାଇ-ଚେନ୍ନାଇ ମ୍ୟାଚ୍ ବେଳେ ରାଗିଗଲେ ଧୋନୀ । ଦେଖନ୍ତୁ, ଭିଡିଓ…

284

କନକ ବ୍ୟୁରୋ: କ୍ୟାପଟେନ୍ କୁଲ ମାହି ସବୁବେଳେ ନିଜର ଶାନ୍ତ ସ୍ୱଭାବ ପାଇଁ ପରଚିତ । ପରିସ୍ଥିତି ଯାହା ହେଉନା କାହିଁକି , ଧୋନୀ ସବୁବେଳେ ଶାନ୍ତ ରହିଥାନ୍ତି । ଯେଉଁ କାରଣରୁ ତାଙ୍କର ଫ୍ୟାନ୍ ମାନେ ତାଙ୍କୁ କ୍ୟାପଟେନ୍ କୁଲ ବୋଲି କହିଥାନ୍ତି । ହେଲେ ଗତକାଲି ମୁମ୍ବାଇ-ଚେନ୍ନାଇ ମ୍ୟାଚ୍ ମଝିରେ ହଠାତ୍ ଧୋନୀଙ୍କ ରାଗ ଦେଖିବାକୁ ମିଳିଥିଲା ।

ମୁମ୍ବାଇ ବିପକ୍ଷ ମ୍ୟାଚର ୧୮ ତମ ଓଭରରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ସମୟରେ କ୍ରିଜରେ ବ୍ୟାଟିଂ କରୁଥିଲା ମୁମ୍ବାଇର ବ୍ୟାଟ୍ସମ୍ୟାନ୍ ସୌରଭ ତିୱାରୀ । ସେ ଏକ ବଲରେ ସ୍କୁପ୍ ସର୍ଟ ମାରିବାକୁ ଚେଷ୍ଟା କରୁଥିବାବେଳେ କ୍ୟାଚ୍ ଦେଇଥିଲେ । ହେଲେ ଏହି କ୍ୟାଚଟି ଧୋନୀ-ବ୍ରାଭୋଙ୍କ ଭିତରେ ଭୁଲ ବୁଝାମଣା କାରଣରୁ ହାତଛଡା ହୋଇଥିଲା । ଯେଉଁ କାରଣରୁ ସେହି ସମୟରେ ଧୋନୀ, ବ୍ରାଭୋଙ୍କ ଉପରେ ରାଗିଥିବା ଦେଖିବାକୁ ମିଳିଥିଲା ।

ତେବେ ଗତକାଲିର ମ୍ୟାଚରେ ଧୋନୀବାହିନୀ ଜିତି ନେଇଥିଲା । ଆଉ ଆଇପିଏଲ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଥିଲା ସିଏସକେ । ଗତକାଲି ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୫୬ ରନ୍ କରିଥିଲା । ଯେଉଁଥିରେ ଯୁବ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକ୍ୱାଡ ଧୂଆଁଧାର ଇଂନିସ ଖେଳିଥିଲେ । ଏହାପରେ ମୁମ୍ବାଇ ୨୦ ଓଭରରେ କେବଳ ୧୩୬ ରନ୍ କରିପାରିଥିଲା ।