ଧୋନିଙ୍କ ପାକିସ୍ତାନୀ ଫ୍ୟାନ : ପୂର୍ବତନ କ୍ରିକେଟରଙ୍କ ଅବସର ପରେ ପାକିସ୍ତାନୀ ଫ୍ୟାନ ଚାଚା ବସିର ବି ଆଉ ଦେଖିବେନି ଖେଳ; ରାଂଚିରେ ଦେଖାକରିବା ହେବ ପରବର୍ତ୍ତୀ ମିଶନ

241

କନକ ବ୍ୟୁରୋ : ଅନ୍ତର୍ଜାତୀୟ କ୍ରିକେଟରୁ ମହେନ୍ଦ୍ର ସିଂ ଧୋନି ଅବସର ଘୋଷଣା କରିବା ପରେ ଅନେକ ଫ୍ୟାନଙ୍କୁ ଏହା ବ୍ୟଥିତ କରିଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଧୋନିଙ୍କ ପାକିସ୍ତାନୀ ଫ୍ୟାନ ମହମ୍ମଦ ବସିର । କନକ ନ୍ୟୁଜକୁ ବସିର କହିଛନ୍ତି, ଏବେ ସେ ବି ଆଉ କ୍ରିକେଟ ଦେଖିବେ ନାହିଁ । ଚିକାଗୋରେ ରହୁଥିବା ବସିର କହିଛନ୍ତି, ଧୋନି ଅବସର ନେଇଛନ୍ତି, ତେଣୁ ସେ ବି ଆଉ କ୍ରିକେଟ ଦେଖିବାକୁ ଷ୍ଟାଡିୟମ ଯିବେ ନାହିଁ । ୨୦୧୧ ବିଶ୍ୱକପରେ ଭାରତ-ପାକିସ୍ତାନ ସେମିଫାଇନାଲ ଦେଖିବା ପାଇଁ ବସିର ମୋହାଲି ଯାଇଥିଲେ । ସେଠାରେ ତାଙ୍କୁ ଟିକେଟ ମିଳିନଥିଲା । ଆଉ ଧୋନି ହିଁ ତାଙ୍କୁ ଟିକେଟ ଦେବାରେ ସହାୟତା କରିଥିଲେ ।