ଘର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କ୍ରିକେଟର ଧୋନୀ ! ଆମ୍ରପାଲ୍ଲୀ ଗ୍ରୁପ୍ ବିରୋଧରେ ଗଲେ କୋର୍ଟ
ଘର ପାଇଁ ସୁପ୍ରିମକୋର୍ଟରେ ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ
କନକ ବ୍ୟୁରୋ : ଘର ପାଇଁ ସୁପ୍ରିମକୋର୍ଟରେ ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ଆମ୍ରପାଲ୍ଲୀ ଗ୍ରୁପ୍ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମହେନ୍ଦ୍ର ସିଂ ଧୋନୀ । ସତ୍ୟପାଠରେ କହିଛନ୍ତି, ଘର ଦେବାକୁ କହି ଠକି ଦେଇଛି କମ୍ପାନୀ । ରାଂଚିରେ ଆମ୍ରପଲ୍ଲୀ ପ୍ରକଳ୍ପରେ ତାଙ୍କୁ ପେଂଟ ହାଉସ ଅଧିକାର ଦିଆଯାଉ ବୋଲି ସେ କୋର୍ଟଙ୍କୁ ନିବେଦନ କରିଛନ୍ତି । ଏହାସହ ପ୍ରକଳ୍ପ ତାଲିକାରେ ଅନ୍ୟ ଘର କ୍ରେତାଙ୍କୁ ସାମିଲ କରାଯାଉ ବୋଲି ଧୋନି ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସତ୍ୟପାଠ ଜରିଆରେ ଧୋନୀ ସୁପ୍ରିମକୋର୍ଟଙ୍କୁ ଜଣାଇବା ପାଇଁ ଚାହିଁଛନ୍ତି ଯେ, ସେ ରାଂଚିରେ ଆମ୍ରପଲ୍ଲୀ ସଫାୟାରରେ ପେଂଟ ହାଉସ ବୁକ୍ କରିଥିଲେ । ସେତେବେଳେ ଗ୍ରୁପର ପରିଚାଳନା ତାଙ୍କୁ ଫ୍ଲାଟ ଦେଇନଥିଲେ । ଆମ୍ରପାଲ୍ଲୀ ଗ୍ରୁପ୍ ତାଙ୍କୁ ବ୍ରାଣ୍ଡ ଆମ୍ବାସାଡର କରିଛି । ୨୦୦୯ରୁ ୨୦୧୬ ଯାଏଁ ଧୋନୀ କମ୍ପାନୀର ଆମ୍ବାସାଡର ଥିବା ବେଳେ ତାଙ୍କ ପାଉଣା ଗ୍ରୁପ ବାକି ରଖିଥିବା ଧୋନୀ ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି ।