କନକ ବ୍ୟୁରୋ: ଜରୁରୀକାଳୀନ ଅବତରଣ କଲା । ସବୁ ଠିକଠାକ୍ ଥିଲା ହେଲେ ରନୱେରେ ଗଡି ଗଡି ଆସି ଠିକଣା ସ୍ଥାନରେ ରହିବା ବେଳକୁ ଦୁଇ ଖଣ୍ଡ ହୋଇଗଲା ବିମାନ । ଏପରି ଦୁର୍ଘଟଣା ଘଟିଛି ମଧ୍ୟ ଆମେରିକାରେ ଥିବା କୋଷ୍ଟାରିକା ବିମାନ ବନ୍ଦରରେ ।
ମଧ୍ୟ ଆମେରିକାର ସ୍ଥିତ କୋଷ୍ଟା ରିକା ପ୍ରାନ୍ତରେ ଥିବା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗୁରୁବାର ଘଟିଥିବା ଏହି ବିମାନ ଦୁର୍ଘଟଣାର କିଛି ଭିଜୁଆଲ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ, ଗତକାଲି ୭୫୭ ବୋଇଙ୍ଗ ସାନ୍ତା ମାରିଆ ବିମାନ ବନ୍ଦରରୁ ଉଡାଣ ଭରିବା ପରେ ଏହି ବିମାନରେ କିଛି ଯାନ୍ତ୍ରୀକ ତ୍ରୁଟି ଦେଖାଯାଇଥିଲା । ଫଳରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା ବିମାନ । ଅବତରଣ କରି ଅଟକିବାବେଳେକୁ ହଠାତ୍ ମଝିରୁ ଦୁଇଫାଳ ହୋଇଯାଇଥିଲା ବିମାନ ।
A much clearer version of the crash landing has emerged!
Source: Unknown#DHL #AvGeek pic.twitter.com/FCYbgFaW0H
— AviationSource (@AvSourceNews) April 7, 2022
ସୌଭାଗ୍ୟକୁ ଏହା ଏକ କାର୍ଗୋ ବିମାନ ଥିଲା । ଏଥିରେ କୌଣସି ଯାତ୍ରୀ ନଥିବାରୁ କୌଣସି ଧନଜୀବନ ହାନୀ ହୋଇନଥିବା ଖବର ରହିଛି । ବିମାନରେ କେବଳ ୨ଜଣ ପାଇଲଟ୍ ଥିବାବେଳେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।