ଢିଙ୍କିଆରେ ଜେଏସଡ଼ବ୍ଲ୍ୟର ପ୍ରକଳ୍ପକୁ ବିରୋଧ : ପୁଲିସର ଆତଙ୍କରାଜ, ରାତିଅଧିଆ ଗିରଫଦାରୀକୁ ବିରୋଧ କଲେ ପ୍ରକଳ୍ପ ବିରୋଧୀ ନେତା

Advertisment
ଢିଙ୍କିଆରେ ଜେଏସଡ଼ବ୍ଲ୍ୟର ପ୍ରକଳ୍ପକୁ ବିରୋଧ : ପୁଲିସର ଆତଙ୍କରାଜ, ରାତିଅଧିଆ ଗିରଫଦାରୀକୁ ବିରୋଧ କଲେ ପ୍ରକଳ୍ପ ବିରୋଧୀ ନେତା

କନକ ବ୍ୟୁରୋ : ଢିଙ୍କିଆରେ ଜେଏସଡ଼ବ୍ଲ୍ୟର ପ୍ରକଳ୍ପକୁ ବିରୋଧ । ପୁଲିସର ଆତଙ୍କରାଜ , ରାତିଅଧିଆ ଗିରଫଦାରୀକୁ ବିରୋଧ କରିଛନ୍ତି ପ୍ରକଳ୍ପ ବିରୋଧୀ ନେତା । ଏହି ମାମଲାରେ ପୁଲିସ ଆନ୍ଦୋଳନର ପ୍ରମୁଖ ନେତା ଦେବେନ୍ଦ୍ର ସ୍ୱାଇଁଙ୍କୁ ଗିରଫ କରି ରଖିଛି । ତାଙ୍କ ବିରୋଧରେ ୨୬ରୁ ଅଧିକ ମାମଲା ରୁଜୁ କରିଛି । ଯାହାକି ମିଛ କେସ ବୋଲି ପ୍ରକଳ୍ପ ବିରୋଧୀ ନେତା ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି । ଏଭଳି ଅତ୍ୟାଚାର ପୁଲିସ ବନ୍ଦ କରୁ । ଢିଙ୍କିଆରେ ସବୁ ଠିକଠାକ ଅଛି ବୋଲି ପୁଲିସ ଓ ପ୍ରଶାସନ କହୁଛି ।

ତାହେଲେ କାହିଁକି ଏସପି ଅଖିଳେଶ୍ୱର ସିଂ ଏବଂ ସ୍ଥାନୀୟ ଆଇଆଇସି ବାରମ୍ବାର ଢିଙ୍କିଆ ଗାଁକୁ ଯାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ପ୍ରତିଦିନ ଗାଁକୁ ଆସି ପୋଲିସ ପ୍ରକଳ୍ପ କୁ ବିରୋଧ କରୁଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରୁଛି ଆଉ ତାଙ୍କ ପରିବାର ଲୋକଙ୍କ ପାଖରୁ ଜୋରଜବରଦସ୍ତି ଦସ୍ତଖତ କରାଉଛି ନହେଲେ ଥାନାକୁ ନେଇ ଯାଇ ଗାଳିଗୁଲଜ କରୁଛି ବୋଲି ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି । ତୁରନ୍ତ ପୋଲିସ ଗାଁ ଲୋକଙ୍କ ଉପରେ ଅତ୍ୟାଚାର ବନ୍ଦ କରୁ ନ ହେଲେ ମେ ମାସରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe