ପୁଣି ଅଶାନ୍ତ ହେଲା ଢ଼ିଙ୍କିଆ : ହାଇକୋର୍ଟ କମିଟି ସଦସ୍ୟଙ୍କୁ ଭେଟିବାକୁ ନେଇ ଦୁଇ ଗୋଷ୍ଠୀ ପିଟାପିଟି

ସପକ୍ଷବାଦୀ ପ୍ରକଳ୍ପ ବିରୋଧୀଙ୍କୁ ମାଡ ମାରିଥିବା ଅଭିଯୋଗ; ସ୍ଥିତି ଅନୁଧ୍ୟାନ ପାଇଁ ଯାଇଛନ୍ତି ହାଇକୋର୍ଟଙ୍କ ୫ଜଣିଆ ଟିମ୍ 

102

କନକ ବ୍ୟୁରୋ : ପାରାଦୀପ ଢିଙ୍କିଆରେ ପୁଣି ଉତେଜନା । ସ୍ଥିତି ଅନୁଧ୍ୟାନ ପାଇଁ ଯାଇଥିବା ହାଇକୋର୍ଟର ୫ ଜଣିଆ ଟିମ୍ ଓ ପୁଲିସ ଉପସ୍ଥିତରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ପ୍ରକଳ୍ପ ବିରୋଧୀ ଢ଼ିଙ୍କିଆର ଲୋକଙ୍କୁ ସପକ୍ଷବାଦୀମାନେ ମାଡ ମାରିଥିବା ଅଭିଯୋଗ ହୋଇଛି । ଗୋଟିଏ ଗୋଷ୍ଠୀର ଲୋକଙ୍କୁ ଆଉ ଗୋଟିଏ ଗୋଷ୍ଠୀର ଲୋକ ସମସ୍ତଙ୍କ ଉପସ୍ତିିତିରେ ମାଡ ମାରୁଥିବା ଦେଖିବାକୁ ମିଳିଛି ।

ପ୍ରକଳ୍ପକୁ ବିରୋଧ କରୁଥିବା ପ୍ରଦୀପ ଶତପଥୀ ହାଇକୋର୍ଟ କମିଟି ଆଗରେ ନିଜର ଦାବି ଉପସ୍ଥାପନ କରିଥିଲେ  । ଏହା ପରେ ପ୍ରକଳ୍ପକୁ ସମର୍ଥନ କରୁଥିବା ଲୋକେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପ୍ରଦୀପ ଶତପଥୀ ଓ ତାଙ୍କ ପତ୍ନୀଙ୍କୁ ପ୍ରକଳ୍ପକୁ ସମର୍ଥନ କରୁଥିବା କିଛି ଲୋକ ମାଡ ମାରିଥିବା ଅଭିଯୋଗ ହୋଇଛି । ପାରାଦୀପ ଆଡିସନାଲ ଏସ୍ପି ଏବଂ ଅଭୟଚାନ୍ଦପୁର ଥାନା ଅଧିକାରୀ ମାଡ ନମାରିବାକୁ କହୁଥିଲେ ବି ଅଟକାଇବାରେ ବିଫଳ ହୋଇଥିଲେ ।  ଜାନୁଆରୀ ୧୪ ତାରିଖରେ ପାନବରଜ ଭଙ୍ଗାକୁ ନେଇ ଢିଙ୍କିଆରେ ଉତେଜନା ଦେଖାଦେଇଥିଲା । ଗ୍ରାମବାସୀଙ୍କୁ ପୋଲିସ ଲାଠିମାଡ କରିଥିଲା ।