ପ୍ରେମ କରି ବିବାହ କରିଥିଲେ…ଘରୋଇ କଳି ପରେ ସ୍ତ୍ରୀକୁ ହାଣିଦେଲେ : ଢେଙ୍କାନାଳରୁ ଆସିଲା ପାରିବାରିକ କଳହର କରୁଣ ପରିଣତି 

179

କନକ ବ୍ୟୁରୋ : ଢେଙ୍କାନାଳରୁ ଆସିଛି ଅଘଟଣର ଖବର । ସାମାନ୍ୟ ଘରୋଇ କଳିକୁ ନେଇ ଶ୍ୱଶୁର ଘରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ । ସ୍ତ୍ରୀକୁ କଟୁରୀରେ ହାଣିଲା ସ୍ୱାମୀ । ଗୁରୁତର ଅବସ୍ଥାରେ ସୁନନ୍ଦା ନାଏକକୁ ଢେଙ୍କାନାଳ ଡାକ୍ତରଖାନା ଆଣିବା ବାଟରେ ଆଖି ବୁଜିଥିଲେ ପତ୍ନୀ । ୨ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ଢେଙ୍କାନାଳ ପାରିଖେଦା ଅଂଚଳର ସନମ ନାଏକ ଏବଂ ସୁନନ୍ଦା ନାଏକ । ତାଙ୍କ ବର୍ଷକର କୁନି ଝିଅ ବି ରହିଛି । ଅଳ୍ପଦିନ ତଳେ ସୁନନ୍ଦା ବାପଘରକୁ ଆସିଥିଲେ । ଶ୍ୱଶୁର ଘରେ ଜ୍ୱାଇଁ ଘଟାଇଛି ଏପରି କାଣ୍ଡ । ଏହି ହତ୍ୟାକାଣ୍ଡ ପରେ ପରେ ସ୍ୱାମୀ ସନମ ନାଏକ ଫେରାର ହୋଇଯାଇଛି ।