କନକ ବ୍ୟୁରୋ: ଢେଙ୍କାନାଳ ହେବ ଯୋଗଯୋଗର ଭବିଷ୍ୟତ କେନ୍ଦ୍ର । ଏନଏସଡିସିର ଦକ୍ଷତା ବିକାଶ କେନ୍ଦ୍ର ଲୋକାର୍ପଣ କରିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଠାରେ ବର୍ଷକୁ ୧୨ଶହରୁ ଅଧିକ ଯୁବକ ଯୁବତୀ ତାଲିମ ପାଇପାରିବେ । ଯୁବ ପୀଢିଙ୍କ ରୋଜଗାର, ସ୍ୱରୋଜଗାର ବଢାଇବା ଲକ୍ଷ୍ୟରେ ଏହି କେନ୍ଦ୍ରର ସ୍ଥାପନା କରାଯାଇଛି । ଏହା ଡିଜିଟାଲ ଦୁନିଆ ଓ ସର୍ଭିସ ଇଣ୍ଡଷ୍ଟ୍ରିଜ ପାଇଁ ଦକ୍ଷ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବ ।

Advertisment

ଢେଙ୍କାନାଳରେ ଏନଏସଡିସିର ସ୍କିଲ ଇଣ୍ଡିଆ ସେଂଟରକୁ ଲୋକାର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର୍ ପ୍ରଧାନ । ୬ ହଜାର ବର୍ଗଫୁଟ ପରିମିତ ଜାଗାରେ ପ୍ରତିଷ୍ଠିତ ଏହି ସ୍କିଲ ସେଂଟରରେ ରହିଛି ୫ଟି ଆଧୁନିକ ଲ୍ୟାବ, ତାଲିମ ପାଇଁ ୩ଟି ଟ୍ରେନିଂ ହଲ । ଯେଉଁଥିରେ ବର୍ଷକୁ ୧୨୦୦ରୁ ଅଧିକ ଯୁବକ ଯୁବତୀ ତାଲିମ ପାଇପାରିବେ । ସେମାନଙ୍କୁ ତିନି ମାସରେ ୮ଟି ବିଷୟରେ ପ୍ରଶିକ୍ଷଣ ଦିଆଯିବ । ସ୍କିଲ ଇଣ୍ଡିଆ ମିଶନରେ ନ୍ୟୁ-ଏଜ ସ୍କିଲ, ଗ୍ରାଫିକ୍ସ ଡିଜାଇନ, ପ୍ରଯୁକ୍ତି ବିଦ୍ୟା, ଫୁଡ ଆଣ୍ଡ ବେଭରେଜ ସର୍ଭିସ ଭଳି ବିଷୟରେ ତାଲିମ ପାଇପାରିବେ ଛାତ୍ରଛାତ୍ରୀ ।

ଗତ ୨୦ ତାରିଖରେ ଏନଏସଡିସି ଦ୍ୱାରା ସମ୍ବଲପୁରରେ ଦେଶର ପ୍ରଥମ ସ୍କିଲ ଇଣ୍ଡିଆ ସେଂଟର ଉଦଘାଟନ ପରେ ଢେଙ୍କାନାଳରେ ଏହା ଦ୍ୱିତୀୟ ସ୍କିଲ ସେଂଟର । ଯୁବ ପୀଢିଙ୍କ ରୋଜଗାର, ସ୍ୱରୋଜଗାର ବଢାଇବା ଲକ୍ଷ୍ୟରେ ଏହି କେନ୍ଦ୍ରର ସ୍ଥାପନା କରାଯାଇଛି । ଏହା ଡିଜିଟାଲ ଦୁନିଆ ଓ ସର୍ଭିସ ଇଣ୍ଡଷ୍ଟ୍ରିଜ ପାଇଁ ଦକ୍ଷ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବ । ନୂଆପୀଢିର ଯୁବକ ଯୁବତୀମାନେ ସ୍କିଲିଂ, ରି-ସ୍କିଲିଂ ଏବଂ ଅଫ୍-ସ୍କିଲିଂରେ ନିଜକୁ ଦକ୍ଷ କରି ବିକଶିତ ଭାରତର ସ୍ୱପ୍ନ ପୂରଣ କରିପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଢେଙ୍କାନାଳର ସ୍କିଲ ଇଣ୍ଡିଆ ସେଂଟର ସହ ଆଇଆଇଏମସି ଢେଙ୍କାନାଳକୁ ଯୋଡିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ପୂର୍ବରୁ ଡିମଡ-ୟୁନିର୍ଭସିଟିର ମାନ୍ୟତା ପାଇଥିବା ଆଇଆଇଏମସିର ଛାତ୍ରଛାତ୍ରୀ ଏହାଦ୍ୱାରା ଲାଭ ପାଇପାରିବେ ଓ ଆଧୁନିକ ଯୋଗାଯୋଗର ଭବିଷ୍ୟତ କେନ୍ଦ୍ର ହୋଇପାରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।