କନକ ବ୍ୟୁରୋ : ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ । ଘର ଭିତରେ ଜେନରେଟର ଲଗାଇ ଶୋଇଥିଲେ । ଏହି ସମୟରେ ଶ୍ୱାସରୁଦ୍ଧ ହୋଇଯିବାରୁ ଦୁଇ ଜଣ ପ୍ରାଣ ହରାଇଥିବା ଜଣାପଡିଛି । ସେହିପରି ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି । ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଢେଙ୍କାନାଳ ଜିଲ୍ଲା କଂଟାବଣିଆ ଥାନା ଅନ୍ତର୍ଗତ ମାନପୁର ଅଂଚଳରେ ଏହି ଅଘଟଣ ଘଟିଛି । ଦୁଇ ମୃତକ ପାଲଲହଡାର ବୋଲି ଜଣାପଡିଛି କିନ୍ତୁ ପରିଚୟ ସ୍ପଷ୍ଟ ହୋଇପାରି ନାହିଁ । ଗତକାଲି ରାତିରେ ଜେନରେଟର ଲଗାଇ ଶୋଇ ପଡିଥିଲେ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।
ଘର ଭିତରେ ଜେନେରେଟର ଲଗାଇ ଶୋଇବା ହେଲା କାଳ । ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଶ୍ରମିକଙ୍କ ଜୀବନ
/kanak/media/post_attachments/wp-content/uploads/2023/12/30-12.jpg)