ଢେଙ୍କାନାଳ : ଢେଙ୍କାନାଳ ତରଭା ଗୁଳିକାଣ୍ଡରେ ସଲମାନଙ୍କ ମୃତ୍ୟୁ ଘଟଣାରେ ଆଜିଠୁ ଦୁଇ ଦିନିଆ ରିମାଣ୍ଡରେ ଯିବ ମୁଖ୍ୟ ଅଭିଯୁକ୍ତ । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବ୍ୟୋମକେଶ ବିଶ୍ୱାଳଙ୍କୁ ରିମାଣ୍ଡରେ ନେବାପାଇଁ ଅନୁମତି ଦେଇଛନ୍ତି ଢେଙ୍କାନାଳ ଏସଡିଜେଏମ କୋର୍ଟ । ତିନି ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ପୋଲିସ । ତେବେ ଦୁଇ ଦିନ ରିମାଣ୍ଡ ପାଇଁ କୋର୍ଟ ଅନୁମତି ଦେଇଛନ୍ତି ।
ସେପଟେ ମାମଲାର ଅନ୍ୟ ଅଭିଯୁକ୍ତଙ୍କ ସ୍ତ୍ରୀ ଥାନାରେ ଏତଲା ଦେଇଛନ୍ତି । ୩୪ ଜଣଙ୍କ ନାଁରେ ଏତଲା ଦେଇଛନ୍ତି ଅନ୍ୟ ଅଭିଯୁକ୍ତ ଚିତରଂଜନ ବିଶ୍ୱାଳଙ୍କ ସ୍ତ୍ରୀ । ଏପଟେ ତରଭା ବିଜେପି କର୍ମୀ ସଲମନ୍ ରାଉତଙ୍କ ହତ୍ୟାକାଣ୍ଡକୁ ନେଇ ଆଜି ରାଜ୍ୟର ସମସ୍ତ ସବଡିଭିଜନରେ ବିକ୍ଷୋଭ ଡାକରା ଦେଇଛି ବିଜେପି । ତରଭା ବିଜେପି କର୍ମୀ ସଲମନ୍ ରାଉତଙ୍କ ହତ୍ୟାକାଣ୍ଡରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସମ୍ପୃକ୍ତି ଅଭିଯୋଗ କରିବା ସହ ତାଙ୍କ ଇସ୍ତଫା ଦାବି କରିଛି ଜିଲ୍ଲା ବିଜେପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/vlcsnap-2017-02-07-07h54m55s779.png)