ରାତି ସାରା ଅନ୍ଧାରରେ ରହିଲା ଢେଙ୍କାନାଳ । କାଳବୈଶାଖୀ ପରେ କଟିଲା ବିଜୁଳି, ୧୨ ଘଣ୍ଟା ପରେ ବି ଆସିଲା ନାହିଁ

297

କନକ ବ୍ୟୁରୋ : ସାରା ରାତି ଅନ୍ଧାରରେ ରହିଲା ଢେଙ୍କାନାଳ ସହର । ଗତକାଲି କାଳବୈଶାଖୀ ପରେ ବିଜୁଳି କଟିଲା । ହେଲେ ୧୨ ଘଂଟା ପରେ ବିଜୁଳି ଆସିଲା ନାହିଁ । ଫଳରେ ଗରମ ଓ ଅସହ୍ୟ ଗୁଳଗୁଳିରେ ସନ୍ତୁଳି ହେଲେ ଢେଙ୍କାନାଳ ବାସୀ ।

ରାତି ତମାମ ଲୋକେ ନାହିଁନଥିବା ଅସୁବିଧାର ସମ୍ମ୍ରୁଖୀନ ହୋଇଛନ୍ତି । କେବଳ ସାଧାରଣ ଲୋକ ନୁହଁନ୍ତି, ଏଥିରୁ ବାଦ ପଡିନି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଏସପି ଅଫିସ । ଆଶ୍ଚର୍ଯ୍ୟ କଥା ହେଉଛି ରାସ୍ତାରେ ଥିବା ଷ୍ଟ୍ରିଟ ଲାଇଟ ଜଳୁଛି କିନ୍ତୁ ଅନ୍ୟ ଅଂଚଳ ସବୁ ଅନ୍ଧାରରେ ରହିଛି । ଟାଟା ପାୱାରର ଏଭଳି କାର୍ଯ୍ୟକଳାପକୁ ନେଇ ଢେଙ୍କାନାଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।