ସେଲଟର ହୋମର ଡାର୍ଟି ଡାଡି । ଢେଙ୍କାନାଳ ପରେ ଫୁଲନଖରାକୁ ବ୍ୟାପିଲା ସେଲଟର ହୋମର ନିଆଁ

ଫୁଲନଖରା ସ୍ଥିତ ଗୁଡ ଇଣ୍ଡିଆ ସେଲଟର ହୋମ ଆଗରେ ସ୍ଥାନୀୟ ଲୋକଙ୍କର ପୋଡାଜଳା ।

560

କନକ ବ୍ୟୁରୋ:ଫୁଲନଖରାକୁ ବ୍ୟାପିଲା ଢେଙ୍କାନାଳ ସେଲଟର ହୋମର ନିଆଁ । ଫୁଲନଖରା ସ୍ଥିତ ଗୁଡ ଇଣ୍ଡିଆ ସେଲଟର ହୋମ ଆଗରେ ସ୍ଥାନୀୟ ଲୋକଙ୍କର ପ୍ରତିବାଦ ସହ ପୋଡାଜଳା ।

ସୂଚନା ମୁତାବକ, ଢେଙ୍କାନାଳ ବେଲଟିଗିରିି ଠାରେ ଥିବା ଗୁଡ ନ୍ୟୁଜ ଇଣ୍ଡିଆ ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭିତରେ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ ହୋଇଛି । ଘଟଣା ପଦାକୁ ଆସିବା ପରେ ଏହି ଅଭିଯୋଗ କରିଥିବା ଦୁଇ ପିଲାଙ୍କୁ ଜୋରଜବରଦସ୍ତ ତାଙ୍କ ଘରକୁ ପଠାଇ ଦିଆଯାଇଥବାର ସୂଚନା ମିଳିଛି । ଏହାସହ ଘଟଣା ସର୍ମ୍ପକରେ ସଂସ୍ଥାର ଏକ ଇଂଟରନାଲ ମେଲ କନକ ନ୍ୟୁଜର ହସ୍ତଗତ ହୋଇଛି । ଭୁବନେଶ୍ୱରରେ ଥିବା ସଂସ୍ଥାର ହେଡ ଅଫିସରୁ ସେଲଟର ହୋମ ପରିଚାଳକଙ୍କୁ ଏହି ମେଲ ପଠାଯାଇଛି ।

ଯେଉଁଥିରେ ଘଟଣା ସମ୍ପର୍କରେ ପିଲାମାନେ କଣ ପ୍ରତିକ୍ରିୟା ରଖିବେ ସେ ନେଇ ସମ୍ପୂର୍ଣ୍ଣ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଝିଅ ମାନଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବା ଓ ଚୁମ୍ବନ ଦେବା ଆଦି ସର୍ମ୍ପକରେ ତାଙ୍କୁ ପଚରାଗଲେ ସିଧାସଳଖ ମନା କରିବା ପାଇଁ ମଧ୍ୟ ଏହି ମେଲ ଜରିଆରେ ନିର୍ଦ୍ଦେଶ ଦିଆଯାଇଛି । ଗୁଡ ନ୍ୟୁଜ ଇଣ୍ଡିଆ ସଂସ୍ଥାର ମୁଖ୍ୟ ଫୟାଜ ରେହେମାନ ଝିଅଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବା ସହ ତାଙ୍କୁ ଚୁମ୍ବନ ଦେଉଥିବାର ଅଭିଯୋଗ ହୋଇଥିଲା । ଫୟାଜ ରେହେମାନ ସେଲଟର ହୋମର ପୁଅଙ୍କୁ ଏଭଳି ସ୍ନେହ କରିବାକୁ ଚାହୁଁ ନଥିବା ବେଳେ କେବଳ ଝିଅଙ୍କୁ ସ୍ନେହ କରିବା ବାହାନାରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।