ଜଳୁଛି ନାଲିବତି ! ମୁଖ୍ୟମନ୍ତ୍ରୀ ଛାଡିଲେ ହେଲେ ସରକାରୀ ବାବୁଙ୍କ ଛାଡିନି ମୋହ

45

କନକ ବ୍ୟୁରୋ : ସରକାରୀ ବାବୁଙ୍କ ଭିଆଇପି ଗିରି । ମୁଖ୍ୟମନ୍ତ୍ରୀ ଛାଡିଲେ ହେଲେ ସରକାରୀ ବାବୁଙ୍କ ମୋହ ଛାଡିନି । ଭୋଜି ଖାଇବାକୁ ଗଲେ ବି ବାବୁଙ୍କ ଗାଡିରେ ଲାଗୁଛି ବତୀ । ନବୀନଙ୍କ ନିର୍ଦେଶ ପରେ ବି ଢେଙ୍କାନାଳ ତହସିଲଦାର ନିଜ ଗାଡିରେ କମଳା ବତୀ ଲଗାଇବା ଦୃଶ୍ୟ ସାମ୍ନାକୁ ଆସିଛି । କୁହାଯାଉଛି, ଗାଡିରେ ବତୀ ନଲାଗିଲେ ବାବୁ ଢେଙ୍କାନାଳ ଜିଲ୍ଲା ମାଡନ୍ତି ନାହିଁ ।

ନେତା ମନ୍ତ୍ରୀଙ୍କୁ ନାଲିବତି ମନା । ମୋଦି ସରକାରଙ୍କ ଘୋଷଣା ପରେ ବି ଆଜି ସଚିବାଳୟରେ ଦେଖିବାକୁ ମିଳିଥିଲା ଭିନ୍ନ ସ୍ଥିତି । କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିଦ୍ୟୁତିକରଣ ନିଗମର ସିଏମଡି ଡକ୍ଟର ପିଭି ରମେଶ ସଚିବାଳୟ ଆସିଥିଲେ ନାଲିବତି ଲଗାଇ । ଆଉ ଗଣମାଧ୍ୟମର ଦୃଷ୍ଟି ପଡିବା ପରେ ଗାଡିରୁ ହଟାଇଥିଲେ ବତୀ ।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ସଙ୍ଗେ ସଙ୍ଗେ ନିଜ ଗାଡିରୁ ନାଲିବତି ହଟାଇନେଇଛନ୍ତି ମୁଖ୍ୟମନ୍ତ୍ରୀ । ନିଷ୍ପତିକୁ ସ୍ୱାଗତ କରିଛନ୍ତି ନବୀନ । ହେଲେ ଦଳୀୟ ସାଂସଦ କିନ୍ତୁ ଦେଇଛନ୍ତି ଭିନ୍ନ ମତ । ସାଂସଦ ତଥାଗତ ଶତପଥୀ ଆଜି ଟ୍ୱିଟ୍ କରି କହିଛନ୍ତି, ଗାଡିରୁ ନାଲିବତୀ ହଟାଇବା ନିଷ୍ପତି ସରକାରଙ୍କ ଏକ ଉପହାସ । ଯଦି ସରକାର ଏତେ ଚିନ୍ତିତ ତେବେ ଏ ଟୁ ଜେଡ୍ କ୍ୟାଟେଗୋରୀ ସୁରକ୍ଷା ହଟାଇ ନିଅନ୍ତୁ । ଫଳରେ ସାଧାରଣ ଲୋକଙ୍କ କୋଟି କୋଟି ଟଙ୍କାର ଟିକସ ବଂଚିଯିବ ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ପରେ ଅନେକ ମନ୍ତ୍ରୀ ନିଜ ଗାଡିରୁ ନାଲିବତି ହଟାଇନେଇଛନ୍ତି । ଆଜି ସଚିବାଳୟକୁ ବିନା ନାଲିବତିରେ ଆସିଥିଲେ ପ୍ରଦୀପ ମହାରଥୀ, ବିକ୍ରମ କେଶରୀ ଆରୁଖ, ପ୍ରଦୀପ ଅମାତ ଏବଂ ଦେବୀ ମିଶ୍ରଙ୍କ ଭଳି ମନ୍ତ୍ରୀ ।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ପରେ ଦେଶରୁ ଭିଆଇପି କଲଚର ଯୁଗ ଶେଷ ହେବ ନା ଆହୁରି ଅନେକ ପଦକ୍ଷେପର ଆବଶ୍ୟକତା ରହିଛି ।