ଢେଙ୍କାନାଳ ଲୋକସଭା ଆସନରେ ବିଜୟୀ ଶିରିପା ପିନ୍ଧିବ କିଏ? ୭ ବିଧାନସଭା ଆସନରେ କିଏ ହେବ ଆପଣଙ୍କ ବିଧାୟକ, ଫଟୋ ଦେଖନ୍ତୁ ମତାମତ ଦିଅନ୍ତୁ?

445

କନକ ବ୍ୟୁରୋ : ଢେଙ୍କାନାଳରେ ବିଜୟୀ ଶିରିପା ପିନ୍ଧିବାକୁ ୩ ପ୍ରମୁଖ ଦଳ ମଧ୍ୟରେ ଜୋରଦାର ଲଢେଇ ହେବାକୁ ଯାଉଛି । ପୂର୍ବରୁ ଏଠାରେ ବିଜେଡି ବିଜୟର ହ୍ୟାଟ୍ରିକ ମାରି ସାରିଥିବା ବେଳେ ଏହି ଆସନକୁ ପୁଣିଥରେ ହାତେଇବା ପାଇଁ ଜୋର ଲଗାଇଛି ଦଳ । ଏଥିପାଇଁ ନୂଆ ସିପାହୀକୁ ମୈଦାନକୁ ଆଣିଛି ଦଳ । ସେହିଭଳି କଂଗ୍ରେସ ମଧ୍ୟ ନିଜର ପୁରୁଣା ସିପାହୀଙ୍କୁ ଧରି ନିର୍ବାଚନ କୁରୁକ୍ଷେତ୍ରରେ ବିଜୟୀ ଧ୍ୱଜା ଉଡାଇବାକୁ ଜି ଜାନ ଲଗାଇଦେଇଛି । ଅନ୍ୟପଟେ ଢେଙ୍କାନାଳ ପଲିଟିକାଲ ବ୍ୟାଟଲଗ୍ରାଉଣ୍ଡରେ ବିଜେପି ପ୍ରଥମ ଥର ପାଇଁ ପଦ୍ମ ଫୁଟାଇବାକୁ ରୁଦ୍ରଙ୍କୁ ସିପାହୀ ସଜାଇଛି । ଏସବୁ ଭିତରେ ଭୋଟରଙ୍କ ମନ କିଏ ଜିଣି ପାରୁଛି ତାହା ଦେଖିବା ବାକି ରହିଲା ।

ଅନୁଗୁଳ ବାଜି ଜିତିବ କିଏ ? ଗତ ୪ଟି ନିର୍ବାଚନରେ ବିଜୟ ଧ୍ୱଜା ଉଡାଇ ଆସିଛି ବିଜେଡି, ଏଯାଏଁ ଅନୁଗୁଳରେ ଫୁଟୁନି ପଦ୍ମ । କମବ୍ୟାକ୍ କରିବାକୁ କଂଗ୍ରେସର ନୂଆ ସିପାହୀ ।

କାହାକୁ ଭରସା କରିବେ ଢେଙ୍କାନାଳବାସୀ? ଅଭିଜ୍ଞ ସିପାହୀଙ୍କୁ ନେଇ ମୈଦାନରେ ୩ ଦଳ, ଗତ ୪ଟି ନିର୍ବାଚନରେ ପ୍ରତ୍ୟେକ ଦଳକୁ ସୁଯୋଗ ଦେଇଛନ୍ତି ଢେଙ୍କାନାଳବାସୀ । ଏଥର କାହା ପାଳି?

କାମାଖ୍ୟାନଗର କମାଣ ଧରିବ କିଏ? ପ୍ରାୟ ୨ ଦଶନ୍ଧି ଧରି ବିଜେଡିର ଗଡ ରହିଛି କାମାଖ୍ୟାନଗର, ଅତୀତରେ ବିଜେପି ଓ କଂଗ୍ରେସକୁ ମଧ୍ୟ ସୁଯୋଗ ଦେଇଛନ୍ତି ନିର୍ବାଚନମଣ୍ଡଳୀବାସୀ ।

କିଏ ହେବ ହିନ୍ଦୋଳର ହକଦାର? ୨୦୦୦ ପରଠାରୁ ହିନ୍ଦୋଳକୁ ଅଭେଦ୍ୟ ଦୁର୍ଗରେ ପରିଣତ କରିଛି ବିଜେଡି, ସବୁଜ ଗଡକୁ ଅକ୍ତିଆର କରିବାକୁ ଜୋର ଲଗାଇ ଦେଇଛନ୍ତି ବିଜେପି ଓ କଂଗ୍ରେସ ।

ପାଲଲହଡା ପଶାପାଲିରେ କାହାର ହେବ ଜୟ? ପୂର୍ବରୁ ପ୍ରତ୍ୟେକ ଦଳ ପାଇଛନ୍ତି ସୁଯୋଗ, ଏଥର କାହାକୁ ବିଧାୟକ ବାଛିବେ ଭୋଟର ।

ପରଜଙ୍ଗ ଫାଇଟରେ ଜିତିବ କିଏ? ନିର୍ବାଚନମଣ୍ଡଳୀ ଗଠନ ପରଠାରୁ ବିଜୟ ବାନା ଉଡାଇ ଆସିଛି ବିଜେଡି, ଖାତା ଖୋଲିବାକୁ ବିଜେପି ଓ କଂଗ୍ରେସର କସରତ ।

ତାଳଚେର ତାଜ୍ ପିନ୍ଧିବ କିଏ? ବିଗତ ନିର୍ବାଚନ ଗୁଡିକରେ ପ୍ରତ୍ୟେକ ଦଳକୁ ସୁଯୋଗ ଦେଇଛନ୍ତି ତାଳଚେରବାସୀ, ଏଥର କାହା ନାଁରେ ମୋହର ମାରିବେ ଭୋଟର ।