କନକ ବ୍ୟୁରୋ: ପିହୁଙ୍କ ମା’ଙ୍କୁ ଅଟକ ରଖିଛି ଢେଙ୍କାନାଳ ପୋଲିସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବଲପୁର ଆସୁଥିବାବେଳେ ତାଙ୍କୁ ଭେଟି ନ୍ୟାୟ ପାଇଁ ଗୁହାରି କରିବାକୁ ଯାଉଥିଲେ । ହେଲେ ଅଧାବାଟରୁ ପିହୁଙ୍କ ମାଆଙ୍କ ସମେତ ୭ ଜଣଙ୍କୁ ଉଠାଇନେଇ ଗୋବିନ୍ଦପୁର ଫାଣ୍ଡିରେ ଅଟକ ରଖିଛି ଢେଙ୍କାନାଳ ପୋଲିସ ।
୨୦୨୦ରୁ ନିଖୋଜ ନାବାଳିକା ପିହୁରର ମା’ ମୋନାଲିସା ନାୟକ ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଗୁହାରୀ କରିବାକୁ ଯାଉଥିଲେ । ତାଙ୍କ ସହ ଅନ୍ୟ ୬ଜଣ ମଧ୍ୟ ନ୍ୟାୟ ପାଇଁ ଗୁହାରି କରିବାକୁ ଯାଉଥିଲେ । ସମସ୍ତଙ୍କୁ ଢେଙ୍କାନାଳ ପୋଲିସ ଅଟକ ରଖିଛି । ୬ଜଣଙ୍କ ଭିତରେ ଜଗତସିଂହପୁର କୁଜଙ୍ଗର ସୁବ୍ରତ ଦାସ ରହିଛନ୍ତି ଯିଏ ନିଜ ଭାଇ ଅମୃତ ଦାସଙ୍କ ହତ୍ୟାକାଣ୍ଡର ନ୍ୟାୟ ପାଇଁ ଗୁହାରୀ କରିବାକୁ ଯାଉଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/20-2.jpg)