ବାଲିଘାଟକୁ ନେଇ ବୁଲିଲା ଖଣ୍ଡା, ୬ ଆହତ : ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି, ପୋଲିସର ତଦନ୍ତ

218

କନକ ବ୍ୟୁରୋ : ବାଲିଘାଟକୁ କେନ୍ଦ୍ର କରି ଢେଙ୍କାନାଳ ଯମୁନାକୋଟ ଗାଁରେ ଗୋଷ୍ଠୀ ସଂଘର୍ଷ । ବୁଲିଲା ଖଣ୍ଡା ଓ ଭୁଜାଲି । ଆହତ ହୋଇଛନ୍ତି ଉଭୟ ଗୋଷ୍ଠୀର ୬ ଜଣ । ଯମୁନାକୋଟ ଗାଁରେ ମର୍ଥପୁର ବାଲିଘାଟକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ହୋଇଛି । ଗୋଟିଏ ଗୋଷ୍ଠୀର ୪ରୁ ୫ ଜଣ ଯୁବକଙ୍କ ଆକ୍ରମଣରେ ଗାଁର ସଂଜିତ ବାରିକ, ସର୍ବେଶ୍ୱର ବାରିକ୍ ଓ ଶିବ ପ୍ରସାଦ ବାରିକ ଆହତ ହୋଇ ଭୁବନ ମେଡ଼ିକାଲରେ ଭର୍ତି ହୋଇଛନ୍ତି ।

ସେହିପରି ପାଲଟା ଆକ୍ରମଣରେ ଅନ୍ୟ ଗୋଷ୍ଠୀର ମଧ୍ୟ ୩ଜଣ ଆହତ ହୋଇ ଜିଲ୍ଲା ମେଡ଼ିକାଲ ପରେ ଢ଼େଙ୍କାନାଳ ମେଡ଼ିକାଲ ସ୍ଥାନାନ୍ତର ହୋଇଛନ୍ତି । ପ୍ରତାପ ବେହେରା, ରାଜୀବ ଲୋଚନ ବେହେରା, ନୃସିଂହ ସାମଲଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ପ୍ରତାପ ବେହେରା ଗୁରୁତର ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।